28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମସ୍ତିଷ୍କ ଅସ୍ତ୍ରୋପଚାର ପରେ ଝିଅକୁ ଖୁସି କରିବା ପାଇଁ ବାପା ନେଲେ ଏଭଳି ପଦକ୍ଷେପ

ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଝିଅକୁ ଖୁସି କରିବା ପାଇଁ ବାପା ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ବାପା ଓ ଝିଅ ମଧ୍ୟରେ ଥିବା ବନ୍ଧନକୁ ବାଖ୍ୟା କରାଯାଇପାରିବ ନାହିଁ । ଏହି ବନ୍ଧନରେ ସ୍ନେହ ଓ ମଧୁରତା ଭରି ରହିଥାଏ । ଏପରି ବାପ ଝିଅର ଏକ ସ୍ନେହ ଭରା ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି । ଯାହାକୁ ଦେଖି ଆପଣଙ୍କ ଆଖି ଭରି ଆସିବ । ଏହି ଫଟୋକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରିଛନ୍ତି । ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଫଟୋରେ ଜଣେ ପିତା ତାଙ୍କ ଛୋଟ ଝିଅର ଅସ୍ତ୍ରୋପଚାର ପରେ ସେଭଳି ଭାବେ କେଶ କାଟିଥିବା ଦେଖିବାକୁ ମିଳୁଛି । ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଜଣେ ପିତା ନିଜ ଝିଅ ମଥାକୁ ସ୍ନେହର ସହିତ ଚୁମ୍ବନ କରୁଛନ୍ତି । ଉକ୍ତ ପିତାଙ୍କ ଝିଅର ମସ୍ତିଷ୍କ ଅସ୍ତ୍ରୋପଚାର ହୋଇଥିଲା । ଏହି କାରଣରୁ ଝିଅର କେଶ କଟା ଯାଇଥିଲା । ଅସ୍ତ୍ରୋପଚାର ପରେ କାଳେ ଝିଅ ନିଜ ଚେହେରା ଦେଖି ଅସ୍ୱାଭାବିକ ଅନୁଭବ କରିବ ସେଥିପାଇଁ ପିତା ବି ନିଜ କେଶକୁ ସେଭଳି ଭାବେ କାଟି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking