40.1 C
Bhubaneswar
Thursday, April 25, 2024
Homeଅପରାଧପୁଅକୁ ହତ୍ୟା ପରେ ଅତ୍ମହତ୍ୟା କଲା ବାପା

ପୁଅକୁ ହତ୍ୟା ପରେ ଅତ୍ମହତ୍ୟା କଲା ବାପା

ନୂଆପଡ଼ା: ପୁଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଧରମବନ୍ଧା ଥାନା ଫୋକଟପଡ଼ାରେ। ପରିବାରରେ ଥିବା ପୁରୁଣା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବଚସା ପରେ ଏଭଳି ଏକ ଆଭାବନୀୟ କାଣ୍ଡ ଘଟିଯାଇଥିବା ସୂଚନା ମିଳିଛି।

ଗତ ୧୪ ବର୍ଷ ତଳେ ପୁଅ ଅନ୍ୟଜାତୀରେ ବିବାହ କରିଥିବାରୁ ଏହାକୁ ନେଇ ପୁର୍ବରୁ ପରିବାରରେ ବିବାଦ ଲାଗି ରହିଥିଲା। ଏହି ବିବାଦକୁ ନେଇ ସୃଷ୍ଟି ହୋଇଥିବା ବଚସା ପରେ ପୁଅକୁ ବାପା ହାଣି ଦେଇଥିଲା। ଏହାପରେ ପୁଅର ମୃତ୍ୟୁକୁ ନେଇ କାନ୍ଦ ବୋବାଳି ପଡ଼ିଥିବା ବେଳେ ଘର ଭିତରେ ଝୁଲି ପଡ଼ିଥିଲେ ବାପା।

ଆଜିର ଦିନରେ ମଧ୍ୟ ଭିନ୍ନ ଜାତିରେ ବିବାହକୁ ବିରୋଧ କରାଯାଉଥିବାର ଖବର ଶୁଣିବାକୁ ମିଳୁଛି। ଆଉ ଏହାକୁ ନେଇ ପରିବାର ମଧ୍ୟରେ ବିବାଦ ଲାଗି ରହୁଛି । ଯାହାର ଫଳ ସ୍ୱରୁପ ଆଜି ଗୋଟିଏ ପରିବାରର ଦୁଇଜଣଙ୍କର ଜୀବନ ଚାଲି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking