34.1 C
Bhubaneswar
Thursday, April 25, 2024
Homeଓଡିଶାସ୍ତ୍ରୀ’ ଉପରେ ରାଗ, ଛୁଆ ଉପରେ ଝାଡ଼ିଲେ ବାପା

ସ୍ତ୍ରୀ’ ଉପରେ ରାଗ, ଛୁଆ ଉପରେ ଝାଡ଼ିଲେ ବାପା

 

ଭୁବନେଶ୍ୱର : ପିତୃଦିବସକୁ ଦିନେ ପୁରିନି । ବାପା ଭୁଲିଯାଇଛି ସ୍ନେହ ଓ ଦାୟିତ୍ୱ । ନିଜ ସ୍ତ୍ରୀ’ ଉପରେ ଥିବା ରାଗକୁ ୫ବର୍ଷର ଶିଶୁକନ୍ୟା ଉପରେ ସୁଝାଇଦେଇଛି । ଏମିତିକି ନିଜ ଝିଅକୁ ଜୀବନରୁ ମାରିଦେବାକୁ ବି ପଛାଇନାହିଁ । ଏଭଳି ଘଟଣା ଭରତପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୁଲିସ ସମ୍ପୃକ୍ତ ବାପାକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସାଁପୁର ସୀତାରାମ ଛକର ଅମ୍ରେଶ ସାହୁ ବୋଲି ଜଣାଯାଇଛି । ସେ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି । ଏନେଇ କେସ୍ ନଂ ୧୮୬/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜ୍ୟୋତିରଞ୍ଜନ ପତି ସୂଚନା ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଅମ୍ରେଶ ରାଜଲକ୍ଷ୍ମୀ ଜେନା ନାମକ ଜଣେ ଯୁବତୀଙ୍କୁ ୫ବର୍ଷ ତଳେ ବିବାହ କରିଥିଲେ । ବିବାହର କିଛିଦିନ ପରେ ଯୌତୁକ ଓ ବିଭିନ୍ନ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ପରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମଲାଭ କରିଥିଲା । ହେଲେ ପୂର୍ବରୁ ଥିବା ତିକ୍ତତା କୁହୁଳିବାରେ ଲାଗିଥିଲା । ଗତ ରବିବାର ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ବାପଘରୁ ଟଙ୍କା ନଆଣିଲେ ତୁମ ମା’ ଓ ଝିଅକୁ ଜୀବନରେ ମାରିଦେବି ବୋଲି ଅମ୍ରେଶ ଧମକ ଦେଇଥିଲା । ସୋମବାର ସକାଳେ ସ୍ତ୍ରୀ’ ଉପର ରାଗକୁ ସୁଝାଇବାକୁ ଯାଇ ଅମ୍ରେଶ ବିନା କାରଣରେ ଶିଶୁକନ୍ୟାକୁ ମାଡ଼ ମାରିଥିଲା । ଛୁଆକୁ ମାରିବାରୁ ରାଜଲକ୍ଷ୍ମୀ ପ୍ରତିବାଦ କରିଥିଲେ । ଏହାଦେଖି ଅମ୍ରେଶ ରାଜଲକ୍ଷ୍ମୀଙ୍କୁ ପୁଣି ମାଡ଼ ମାରିବା ସହ ପିଲାର ତଣ୍ଟି ଚିପି ଦେଇଥିଲେ । ପ୍ରାଣ ବିକଳରେ ରାଜଲକ୍ଷ୍ମୀ ଚିଲାଇବାରୁ ପଡୋଶୀମାନେ ଆସି ଛଡ଼ାଇଥିଲେ । ଏହାପରେ ରାଜଲକ୍ଷ୍ମୀ ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ପ୍ରାଥମିକ ତଦନ୍ତ କରିଥିଲା । ପରେ ପୁଲିସ ଏକ ମାମଲା ରୁଜୁ କରି ଅମ୍ରେଶକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking