24.1 C
Bhubaneswar
Tuesday, March 19, 2024
Homeଓଡିଶାପାଣିରେ ବୁଡ଼ି ଚାଲିଗଲା ବାପ-ପୁଅଙ୍କ ଜୀବନ

ପାଣିରେ ବୁଡ଼ି ଚାଲିଗଲା ବାପ-ପୁଅଙ୍କ ଜୀବନ

ଅନୁଗୋଳ : ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯିବାରୁ ୪ ବର୍ଷର ଶିଶୁପୁତ୍ର ସମେତ ବାପାର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ କଇଁଛବାହାଳ ଗ୍ରାମରେ ଆଜି ଅପରାହ୍ନରେ ଘଟିଛି । ମୃତକମାନେ ହେଲେ କ୍ଷୀରୋଦ ଜେନା (୩୬) ଓ ତାଙ୍କର ପୁଅ ରାକେଶ ଜେନା (୪) । ସୂଚନା ଅନୁଯାୟୀ, କଇଁଛବାହାଳ ଗ୍ରାମର କ୍ଷୀରୋଦ ଜେନା ଆଜି ଅପରାହ୍ନ ସମୟରେ ନିଜର ୪ ବର୍ଷର ଶିଶୁପୁତ୍ର ରାକେଶକୁ ସାଥୀରେ ନେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ନୂଆ କରି ଖୋଳା ଯାଇଥିବା ପୋଖରୀରେ ବାପା ଓ ପୁଅ ଉଭୟ ଗାଧୋଇବା ବେଳେ ମାଟିରେ ଗୋଡ଼ ପୋତି ହୋଇଯାଇଥିଲା । ଫଳରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ । ପାଖରେ ଥିବା ଲୋକମାନେ ବାପ-ପୁଅଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ଡାକ୍ତରଖାନାରେ ଡାକ୍ତର ଉଭୟ ବାପ-ପୁଅଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ବାପ-ପୁଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । କ୍ଷୀରୋଦ ଜଣେ ଦିନ ମଜୁରିଆ ଶ୍ରମିକ ଭାବେ ଗ୍ରାମରେ କାର୍ଯ୍ୟ କରନ୍ତି । ଉଭୟ ବାପ-ପୁଅଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking