26.1 C
Bhubaneswar
Wednesday, August 10, 2022
Homeଓଡିଶାଝୁଲନ୍ତା ଅବସ୍ଥାରେ ବାପ ପୁଅଙ୍କର ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ବାପ ପୁଅଙ୍କର ମୃତଦେହ ଉଦ୍ଧାର

ବାଂଶପାଳ: ବେକରେ ଗାମୁଛା ଲଗାଇ ବାପ ପୁଅ ଙ୍କ ଆତ୍ମହତ୍ୟା । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ଅନ୍ତର୍ଗତ ନୟାକୋଟ ଥାନା ବାଂଶପାଳ ଗାଁରେ ବାପ ପୁଅଙ୍କର ଘର ନିକଟସ୍ଥ ଜଙ୍ଗଲରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା ଓ ତାଙ୍କ ପୁଅ ଶଙ୍କର ମୁଣ୍ଡା ବୋଲି ଜଣାଯାଇଛି । ବେକରେ ଗାମୁଛା ଲଗାଇ ବାପ ପୁଅ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ନୟାକୋଟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking