32.1 C
Bhubaneswar
Thursday, March 28, 2024
Homeଅପରାଧଜମିବାଡ଼ିକୁ ନେଇ ଜଘନ୍ୟ କାଣ୍ଡ, ବଡ ଭାଇକୁ ପିଟି ପିଟି ହତ୍ୟା କଲେ ବାପ-ପୁଅ

ଜମିବାଡ଼ିକୁ ନେଇ ଜଘନ୍ୟ କାଣ୍ଡ, ବଡ ଭାଇକୁ ପିଟି ପିଟି ହତ୍ୟା କଲେ ବାପ-ପୁଅ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ବାପା ପୁଅ ମିଶି ବଡ଼ଭାଇକୁ ହତ୍ୟାକରିଥିବା ନେଇ ଖବର ମିଳିଛି । ପୁଣି ବଜାର ଉପରେ ଗୋଡ଼ାଇ ଗୋଡ଼ାଇ କଇଁଚି ଓ ଠେଙ୍ଗାରେ ପିଟି ପିଟି ବଡ ପୁଅକୁ ହତ୍ୟା କଲେ ସାନ ଭାଇ ଓ ବାପା । ମୃତକ ଜଣଙ୍କ ହେଲେ ଯୁବରାଜପୁର ଗ୍ରାମର ଝରିଆ ବାରିକ ଓ ହତ୍ୟାକାରୀ ହେଲା ସୁବାଷ ବାରିକ ଓ ତାଙ୍କ ପୁଅ ଅଶିତ ବାରିକ । ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଦୁଇ ଜଣଙ୍କୁ ବୌଦ୍ଧ ଥାନା ସରସରା ନିକଟରୁ କାବୁ କଲା ପୁରୁଣାକଟକ ପୋଲିସ ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯୁବରାଜପୁର ଗ୍ରାମର ଝରିଆ ବାରିକ ଗୋପୂଜନ ସାମଗ୍ରୀ ବିକ୍ରି କରିବା ପାଇଁ ପାଖ ଲୁଣିବାହାଲ ବଜାରକୁ ଯାଇଥିଲେ । ବଜାରରେ ବିକ୍ରି କରୁଥିବା ସମୟରେ ଝରିଆଙ୍କ ସାନ ଭାଇ ସୁବାଷ ବାରିକ ଓ ତାଙ୍କ ପୁଅ ଅସିତ ବାରିକ ଆସି ଝରିଆଙ୍କୁ ଆକ୍ରମଣ କରିଥିଲେ । ସୁବାଷ ଓ ପୁଅ ଅସିତ ଅତି ନୃଶଂସ ଭାବେ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଝରିଆଙ୍କୁ ଗୋଟେ କଇଁଚିରେ ବେକ ଓ ପେଟରେ ଭୂଷି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ପୋଲିସ ବୌଦ୍ଧ ଥାନା ସରସରା ନିକଟରୁ ୨ ଅଭିଯୁକ୍ତଙ୍କୁ କାବୁ କଲା କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking