43.9 C
Bhubaneswar
Friday, April 19, 2024
Homeଅପରାଧପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପା-ମା’

ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପା-ମା’

ସୁନ୍ଦରଗଡ଼: ଜୁନାଡିହି ହତ୍ୟା ଘଟଣାର ଖୋଲିଲା ଗୁମର । ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପା-ମା’ । ସଦର ଥାନା ଜୁନାଡ଼ିହି ଗ୍ରାମରେ ଗତ ରାତିରେ ହୋଇଥିବା ଦମ୍ପତିଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି । ବିଳମ୍ବିତ ରାତିରେ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଦମ୍ପତିଙ୍କ ପୁଅ ସହ ଗାଁର ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ରବିବାର ରାତିରେ ବାଚି ଓରାମ ଓ ତାଙ୍କ ସ୍ୱାମୀ ମଧୁ ଓରାମ ଘରେ ଖିଆପିଆ ସାରି ଶୋଇଥିଲେ । ତେବେ ଘରର କବାଟ ଖୋଲାଥିଲା । ଏହି ସମୟରେ ଗ୍ରାମର ଜଣେ ବ୍ୟକ୍ତି ଅଚାନକ ପଶିଯାଇ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ଏଥିରେ ବାଚିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କର ସ୍ୱାମୀ ଗୁରୁତର ହୋଇଛନ୍ତି । ମଧୁଙ୍କୁ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି । ସେଠାରେ ତାଙ୍କର ଅବସ୍ଥା ଭଲ ନ ଥିବା ଜଣାଯାଇଛି । ଏପଟେ ଆକ୍ରମଣ ପରେ ଅଭିଯୁକ୍ତଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଏ ଯାଏ ତାଙ୍କର ସନ୍ଧାନ ପାଇପାରିନି । ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ଉ ଜାରି ରଖିଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କ ସନ୍ଧାନ ପାଇବା ବୋଲି କହିଛି । ତେବେ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ, ଅନୈତିକ ସମ୍ପର୍କରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ମୃତକଙ୍କ ପୁଅ ସହ ଅଭିଯୁକ୍ତଙ୍କ ପତ୍ନୀଙ୍କର ଦୀର୍ଘ ଦିନ ହେଲା ସମ୍ପର୍କ ରହି ଆସିଥିଲା । ଏହା ଜାଣି ଅଭିଯୁକ୍ତ ସୁଯୋଗ ଅପେକ୍ଷାରେ ଥିଲେ । ପୂର୍ବ ଯୋଜନା ମୁତାବକ ଗତକାଲି ରାତିରେ ମହିଳାଙ୍କ ସ୍ୱାମୀ ବାଚିଙ୍କ ପୁଅକୁ ମାରିବାକୁ ତାଙ୍କ ଘରେ ପଶିଥିଲେ । ହେଲେ ଆକ୍ରମଣ ବେଳେ ପୁଅ ଘରେ ନଥିବାରୁ ବାପା-ମା’ ରୋଷର ଶିକାର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking