22.1 C
Bhubaneswar
Sunday, January 23, 2022
Homeଓଡିଶାକରୋନାରେ ଚାଲିଗଲେ ବାପା-ମା’: ୪ ସନ୍ତାନଙ୍କ ଜୀବନ ଦୁର୍ବିସହ

କରୋନାରେ ଚାଲିଗଲେ ବାପା-ମା’: ୪ ସନ୍ତାନଙ୍କ ଜୀବନ ଦୁର୍ବିସହ

ଦେବଗଡ :  ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ପାରପୋଷି ପଞ୍ଚାୟତ  କେରାବାହାଲ ଗ୍ରାମରେ କରୋନାରେ ଏକ ଦମ୍ପତି ଆରପାରିକୁ ଚାଲି ଯିବା ପରେ ସେମାନଙ୍କ ସନ୍ତାନଙ୍କ ଅବସ୍ଥା ସମସ୍ୟା ମଧ୍ୟକୁ ଠେଲି ହୋଇଯାଇଛି । କେରାବାହାଲ ଗ୍ରାମର ଜୟରାମ ମୁଣ୍ଡା(୫୮)କରୋନା ସଂକ୍ରମିତ ହୋଇ  ଗତ ମଇ ମାସ ୧୦ ତାରିଖ ଦିନ ଆଖି ବୁଜିଥିବା ବେଳେ ତାଙ୍କ ସ୍ତ୍ରୀ ଚଞ୍ଚଳା ମୁଣ୍ଡା(୫୦)ମାସକ ପରେ ଜୁନ ୧୩ ତାରିଖ ଦିନ ଆଖି ବୁଜି ଥିଲେ । ଜୟରାମ ଜଣେ ନାମ ମାତ୍ର ଚାଷୀ ଭାବେ ନିଜ ଅଳ୍ପ ଜମିରେ କୃଷି କାର୍ଯ୍ୟକରିବା ସହ ଉଭୟ ଦମ୍ପତି ମୂଲ ଲାଗି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଉଭୟଙ୍କ ଉପରେ ସେମାନଙ୍କ ୪ ସନ୍ତାନ ନିର୍ଭରଶୀଳ ଥିବା ବେଳେ ଅଳ୍ପ ରୋଜଗାରରେ ମଧ୍ୟ ପିଲାଙ୍କୁ ଗାଁ ସ୍କୁଲରେ ପାଠ ପଢାଉଥିଲେ । ମୃତ ଦମ୍ପତିଙ୍କ ୫ ସନ୍ତାନ ମଧ୍ୟରୁ ବଡ ଝିଅ ରଜନୀ ମୁଣ୍ଡା (୨୬)ଙ୍କୁ ନିକଟସ୍ଥ ଗ୍ରାମରେ ବିବାହ କରାଇଥିବା ବେଳେ  ଦ୍ୱିତୀୟ ସନ୍ତାନ ବାସନ୍ତୀ (୨୩) ଚଳିତ ବର୍ଷ +୨ ପରୀକ୍ଷା  ଦେଇଥିବା ବେଳେ ତୃତୀୟ ସନ୍ତାନ ସୁନିଲ ମୁଣ୍ଡା (୨୦) ଅଷ୍ଟମ ଯାଏଁ ଶିକ୍ଷା ଗ୍ରହଣ, ଚତୁର୍ଥ ସନ୍ତାନ ଅନୀଲ  (୧୬) ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ପଞ୍ଚମ ସନ୍ତାନ ସୁନୀତା ମୁଣ୍ଡା(୧୩) ଚଳିତ ବର୍ଷ ଗାଁ ସ୍କୁଲ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣା ପଡିଛି । ତେବେ ମାସକ ମଧ୍ୟରେ ଉଭୟ ବାପା ମାଁ ଙ୍କୁ ହରାଇ  ସନ୍ତାନ ମାନେ ବାପ ମାଁ ଛେଉଣ୍ଡ ହୋଇଯାଇଥିବା ବେଳେ ସେମାନଙ୍କ ଆଗାମୀ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡିଛନ୍ତି । ସୁନୀଲ ଏବଂ ସୁନୀତାଙ୍କ ପାଠ ପଢିବାପାଇଁ  ଆଗ୍ରହ ରହିଥିବା ବେଳେ ସେମାନଙ୍କ ପାଠ ପଢାରେ ଅର୍ଥ ବାଧକ ସାଜିଛି । ବାପା ମା’ଆରପାରିକୁ ଚାଲି ଯିବା ପରେ ସେମାନେ ଘର ଦାୟିତ୍ୱ ସହ ରୋଜଗାର ଚିନ୍ତାରେ ପାଠପଢାରେ ଡୋରି ବାନ୍ଧି ଗାଇ ଛେଳି ଚରାଇବା ସହ କାଠ ହାଣିବା, ଗାଇ ଗୋରୁଙ୍କ ଯତ୍ନ ଓ ରୋଷେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଗରିବ ପରିବାରକୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳି ନଥିବା ବେଳେ ପରିବାରର ଦୁଇ ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ମଧ୍ୟ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ କୌଣସି ସହାୟତା ମିଳିପାରି ନାହିଁ । ଅନ୍ୟପକ୍ଷରେ ଅନୀଲ ଏବଂ ସୁନୀତା କୌଣସି ସରକାରୀ ସହାୟତା ମିଳିଲେ ପାଠ ପଢି ଆଗକୁ ନିଜ ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖୁଥିବା ବେଳେ ବାସନ୍ତୀ ଓ ସୁନିଲ ସରକାର ପକ୍ଷରୁ ସେମାନଙ୍କ ରୋଜଗାର ପାଇଁ କୌଣସି ସହାୟତା ର ଆଶା ବାନ୍ଧି ବସିଛନ୍ତି । ତେବେ ଦେଶର ଭବିଷ୍ୟତ କୁହାଯାଉଥିବା ଏହି କିଶୋର କିଶୋରୀମାନଙ୍କ ଆଶା ଓ ସ୍ୱପ୍ନକୁ ସାକାର କରିବା ପାଇଁ ସରକାର କି ପଦେକ୍ଷପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking