31.1 C
Bhubaneswar
Friday, March 29, 2024
Homeଓଡିଶାବଜ୍ରାଘାତରେ ବାପା ଝିଅ ମୃତ

ବଜ୍ରାଘାତରେ ବାପା ଝିଅ ମୃତ

କୋଟପାଡ : କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ୍ ମୂର୍ତାହାଣ୍ଡି ପଂଚାୟତ ଜିରାଗାଁ’ରେ ବଜ୍ରାଘାତ ଯୋଗୁଁ ବାପା ସହ ୧୧ ମାସର ଶିଶୁକନ୍ୟା ମୃତ୍ୟୁ ବରଣ କରିଛନ୍ତି ।
ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ଣରେ ଜିରାଗାଁ’ର ରାମଚନ୍ଦ୍ର ମାଝି(୩୦) ନିଜ ୧୧ ମାସର ଝିଅ ମୀନତିକୁ କୋଳରେ ଧରି ଘର ଭିତରେ ଶୁଆଉଥିବାବେଳେ ଅଚାନକ ଘଡଘଡି ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଫଳରେ ଉଭୟେ ବାପା ଝିଅ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ରାମଚନ୍ଦ୍ରଙ୍କ ସ୍ତ୍ରୀ ପାର ମାଝି ବାରଣ୍ଡାରେ କାମ କରୁଥିବାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଖବର ପାଇ ମୂର୍ତାହାଣ୍ଡି ସରପଂଚ ବାସନ୍ତୀ ମାଝି, ସମାଜସେବୀ ସନାତନ ଦାଶ,ରଘୁପତି ମାଝି,କନିଷ୍ଠ ଯଂନ୍ତ୍ରୀ ସରୋଜ କୁମାର ଜେନା,ଗ୍ରାମ ରୋଜଗାର ସେବକ ଶରତ ପଟ୍ଟନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ବ୍ଲକ୍ ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ତଥା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ଅବଗତ କରାଇବା ସହ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking