ବରଗଡ଼: ଚାପିଦେଲା ଟ୍ରକ। ଟ୍ରକ ଧକ୍କାରେ ୨ ବାଇକ୍ ଆରୋହୀ ମୃତ। ବରଗଡ଼ ଅତାବିରା ଥାନା ଦେବାହାଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବାଇକ ଚାଳକଙ୍କ ଉପରେ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ସମ୍ବଲପୁର ସଦର ଥାନା ଅଞ୍ଚଳର । ଦୁର୍ଘଟଣାପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅତାବିରା ପୋଲିସ ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି।
Copy and paste this URL into your WordPress site to embed
Copy and paste this code into your site to embed