38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶକାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦର୍ଶନ ସାରି ଫେରୁଥିବାବେଳେ ଚାଲିଗଲା ୨୭ ଶ୍ରଦ୍ଧାଳୁଙ୍କ ଜୀବନ, ୨୦ରୁ...

କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦର୍ଶନ ସାରି ଫେରୁଥିବାବେଳେ ଚାଲିଗଲା ୨୭ ଶ୍ରଦ୍ଧାଳୁଙ୍କ ଜୀବନ, ୨୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ କାନପୁର ନରବର ଥାନା ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନେକ ପରିବାର ଠାରୁ ଖୁସୀ ହଜିଯାଇଛି । ଅଳ୍ପ ସମୟ ମଧ୍ୟରେ ଖୁସି ମୁହୂର୍ତ୍ତ ଦୁଃଖରେ ପରିଣତ ହୋଇଯାଇଛି । କୁହାଯାଉଛି ଯେ ବକେବରରୁ ଦୁଇ ଡର୍ଜନରୁ ଅଧିକ ଲୋକ ଦର୍ଶନ ସାରି ଏକ ଟ୍ରାକ୍ଟରରେ ଫେରୁଥିବା ସମୟରେ ରାସ୍ତାରେ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଫଳରେ ୨୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।

କାନପୁର ଜିଲ୍ଲା ଅଧିକାରୀ ବିଶାଖଜୀ କହିଛନ୍ତି ଯେ, ଟ୍ରାକ୍ଟର ଦୁର୍ଘଟଣାରେ ୨୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି ଯେ, ଆହତମାନଙ୍କର ଚିକିତ୍ସା ଜାରି ରହିଛି । କାନପୁର ଜିଲ୍ଲାପାଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ଥିଲା । ଉଦ୍ଧାର କାର୍ଯ୍ୟରେ ରାଜ୍ୟ ଏସ୍‌ଡିଆରଏଫ୍ ଟିମ୍‌ର ଯବାନମାନେ ମୁତୟନ ହୋଇଥିଲେ ।

ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତୁରନ୍ତ ଅନୁକମ୍ପାରାଶି ଘୋଷଣା କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗକୁ ଦୁଇ ଲକ୍ଷ ଲେଖାଏଁ ଅର୍ଥ ରାଶି ସହ ଦୁର୍ଘଟଣାରେ ଆହତ ଲୋକଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୁର୍ଘଟଣା ନେଇ ଗଭୀର ଶୋକପ୍ରକାଶ କରିଛନ୍ତି । ସେହିପରି ରାଷ୍ଟ୍ପତି ଦ୍ରୌପଦୀ ମୁର୍ମୁ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ତେବେ ୨୭  ଜଣ ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଥିବାବେଳେ ୧୧ ଜଣ ଶିଶୁ ଥିବା ସୂଚନା ମିଳୁଛି । ତେବେ ଏବେ ବି କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୂଯାୟୀ, କାନପୁର ସାଢ ଜିଲ୍ଲାରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଚନ୍ଦ୍ରିକା ଦେବୀଙ୍କ ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ଟ୍ରାକ୍ଟର ଟ୍ରଲିଟି ଅନିୟନ୍ତ୍ରିତ ହେଇ ସଡକ ତଳକୁ ଖସି ପଡିବା ସହିତ ପାଣିରେ ପଡିଥିଲା । ଆଖପାଖର ଲୋକ ଏହାପରେ ପୋଲିସକୁ ଖବର ଦେଇଥିଲେ । ଯେଉଁଠି ପ୍ରଶାସନ ପହଞ୍ଚି ତୁରନ୍ତ ରେସ୍କ୍ୟୁ ଅପରେସନ୍ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking