40.1 C
Bhubaneswar
Wednesday, April 24, 2024
Homeଓଡିଶାଟୋକନ ପାଇ ମଣ୍ଡିରେ ଧାନ ଦେଇପାରୁନି ଚାଷୀ, ପ୍ରତିବାଦରେ ଚାଷୀଙ୍କ ଧାରଣା

ଟୋକନ ପାଇ ମଣ୍ଡିରେ ଧାନ ଦେଇପାରୁନି ଚାଷୀ, ପ୍ରତିବାଦରେ ଚାଷୀଙ୍କ ଧାରଣା

ଯାଜପୁର(ଓଏନଏ): ପାଣିକୋଇଲି ସେବା ସମବାୟ ସମିତିରେ ସରକାରୀ ଟୁକନ ହାତେଇ ମଧ୍ୟ ଚାଷୀ ଦେଇପାରୁନି ଧାନ । ଚଳିତ ଖରିଫ ଋତୁରେ ପାଣିକୋଇଲି ସେବା ସମବାୟ ସମିତିରେ ୭୧୦ଜଣ ଚାଷୀ ସେମାନଙ୍କ ନାମ ଅନଲାଇନରେ ପଂଜୀକୃତ କରିଥିଲେ । ସେମାନଙ୍କ ମଧ୍ୟରୁ ୫୮୦ଜଣ ଚାଷୀ ସେମାନଙ୍କ ଧାନରୁ ଆଂଶିକ ଧାନ ଦେଇଥିବା ବେଳେ ବାକି ୧୩୦ ଜଣ ଚାଷୀ ଆଦୌ ଧାନ ଦେଇପାରିନାହାନ୍ତି । ସେମାନଙ୍କ ନିକଟରେ ସରକାରୀ ଟୁକନ ଓ ମ୍ୟାସେଜ ଥାଇ ମଧ୍ୟ ସେମାନେ ଧାନ ଦେବାରୁ ବଂଚିତ ହୋଇଛନ୍ତି । ତୁରନ୍ତ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବାକୁ ଦାବି ହୋଇଛି । ଏମିତିକି ଟାର୍ଗେଟ ଆସିନଥିବାର କହିବା ଫଳରେ ବାରଦୁଆର ସୁଣ୍ଡିପିଣ୍ଢା ହେବାକୁ ପଡୁଛି ଚାଷୀମାନଙ୍କୁ । ଯାହା ଦ୍ୱାରା ଅଭାବି ବିକ୍ରିର ସମ୍ମୁଖିନ ହେଉଛନ୍ତି ଚାଷୀ । ଏ ସର୍ମ୍ପକରେ ତଳୁ ଉପର ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଏମିତିକି ଆଜି ଯୋଗାଣ ବିଭାଗ ପକ୍ଷରୁ ଅଧିକାରୀ ଆସିବାକୁ କହି ମଧ୍ୟ ନ ଆସିବାରୁ ଧାନ ଦେବା ଦାବିରେ ଚାଷୀମାନେ ପାଣିକୋଇଲି ସମବାୟ ସମିତି ସମ୍ମୁଖରେ କୃଷକ ନେତା ବଳରାମ ସାହୁ, ଧାନ କ୍ରୟ କମିଟିର ସଭ୍ୟ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଧାରଣା ଦେଇଥିଲେ । ଜିଲ୍ଲା ଏସଆସିଏସ ଶରତ ଚନ୍ଦ୍ର ମଲ୍ଲିକ ଓ ସମ୍ପାଦକ ସୁଦର୍ଶନ ପରିଡା ସେମାନଙ୍କ ନିକଟରେ ପହଂଚି ତୁରନ୍ତ ଧାନ ଟାର୍ଗେଟ ଆସିବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking