37.1 C
Bhubaneswar
Thursday, March 28, 2024
Homeଓଡିଶାମୋଦୀ ସରକାରଙ୍କ କୃଷକ ଏବଂ କୃଷି ସର୍ବନାଶକାରୀ କୃଷି ଆଇନ ବିରୋଧରେ ଭୁବନେଶ୍ୱର ସମେତ ସାରା...

ମୋଦୀ ସରକାରଙ୍କ କୃଷକ ଏବଂ କୃଷି ସର୍ବନାଶକାରୀ କୃଷି ଆଇନ ବିରୋଧରେ ଭୁବନେଶ୍ୱର ସମେତ ସାରା ରାଜ୍ୟରେ କୃଷକମାନଙ୍କର ପ୍ରତିବାଦ

ଭୁବନେଶ୍ୱର : ମୋଦୀ ସରକାରଙ୍କ କୃଷକ ଏବଂ କୃଷି ସର୍ବନାଶକାରୀ କୃଷି ଆଇନ ବିରୋଧରେ ଓଡିଶାର ରାଜଧାନୀ ଭୁବନେଶ୍ୱର
ସମେତ ସାରା ରାଜ୍ୟରେ ପ୍ରତିବାଦ କରି କୃଷକମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି । ଆଜି ରାଜ୍ୟର ୧୫ଟି ପ୍ରମୁଖ କୃଷକ ସଂଗଠନ,
୮ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍‌, ୮ଟି ରାଜନୈତକ ଦଳ ରାଜ୍ୟ ରାଜଧାନୀରେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳରେ ଏହି ପ୍ରତିବାଦରେ
ସାମିଲ ହୋଇଛନ୍ତି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ସଂଗଠତ ହୋଇଥିବା ଏହି ଆନ୍ଦୋଳନରେ
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ଶାଖା ତରଫରୁ କୁହାଯାଇଛି ଯେ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍‌-
୧୯୫୫କୁ ସଂଶୋଧନ କରିବା, କଣ୍ଟ୍ରାକ୍ଟ ଫାର୍ମିଂ ଏବଂ ଇ-ମାର୍କେଟିଂ ନାମରେ କୃଷି ଉତ୍ପାଦନ ବିପଣନ କମିଟି ଗୁଡିକୁ ଭାଙ୍ଗିବା
ଇତ୍ୟାଦି ପାଇଁ ଯେଉଁ ବିଧେୟକ ଗୃହୀତ କରାଯାଇଛି ତାହା ଭାରତ ବର୍ଷର କୃଷକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ସାଜିବ । ଏହା
ବିରୋଧରେ ଆଜି ସାରା ଦେଶରେ ବିଶାଳ କୃଷକ ଆନ୍ଦୋଳନ ଦେଖାଦେଇଛି । ଏହି ସର୍ବନାଶକାରୀ କୃଷି ଆଇନ୍ ଏବଂ
ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ସଂଶୋଧନ ଦ୍ୱାରା ଭାରତର ୮୬ ଭାଗ କୃଷକ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ
ଓଡିଶାର ୯୨ ଭାଗ କୃଷକ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇ ଏକ ନିରନ୍ତର ଜିବୀକା ଧ୍ୱଂସ ହୋଇଯିବ । କାରଣ ଆମ ଦେଶର
ଅଧିକାଂଶ କୃଷକ ହେଉଛନ୍ତି କ୍ଷୁଦ୍ର ଚାଷୀ , ନାମମାତ୍ର ଚାଷୀ ଏବଂ ଭୂମିହୀନ ଭାଗଚାଷୀ ଅଟନ୍ତି । ଏହାଦ୍ୱାରା କୋଟି କୋଟି ସାଧାରଣ
ଖାଉଟି ମଧ୍ୟ କ୍ଷତିଗ୍ରସ୍ତ ହେବେ । ବୃହତ୍ କମ୍ପାନୀମାନେ କୃଷି ଜମି ଅଧିଗ୍ରହଣ, କୃଷି ଉତ୍ପାଦନ ଏବଂ କୃଷି ବ୍ୟବସାୟ ଉପରେ ସଂପୂର୍ଣ୍ଣ
ଏକଚାଟିଆ ଅଧିକାରକୁ ଜାହିର କରିବା ପାଇଁ ଏଭଳି ଆଇନ ଅଣାଯାଇଛି । ଆଜି ଓଡିଶାରେ ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ପିକେଟିଂ,
ଧାରଣା , ବିକ୍ଷୋଭ, ପଟୁଆର, ସଭା ଏବଂ ରାସ୍ତା ଅବରୋଧ ଇତ୍ୟାଦି ଜରିଆରେ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରାଯାଇଛି ।
ଓଡିଶାର ରାଜଧାନୀ ଭୁବନେଶ୍ୱରଠାରେ ମିଳିତ ପ୍ରତିବାଦ ସାଙ୍ଗକୁ ଜୟଦେବ ବିହାର ଛକ, ପାତ୍ରପଡା ଆଇନକ୍ସ ଛକ, କୃଷି ଭବନ
ସମ୍ମୁଖ ଏବଂ ଡମଣା ଛକଠାରେ ବିଭିନ୍ନ ସଂଗଠନ ପ୍ରତିବାଦ କରିଛନ୍ତି ।
ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିବାଦ ଆନ୍ଦୋଳନରେ ଅଲ୍ ଇଣ୍ଡିଆ କିଷାନ୍ ସଭା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,
ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶି ଭୂଷଣ ସ୍ୱାଇଁ , ଅଲ୍ ଇଣ୍ଡିଆ ଅଗ୍ରଗାମୀ କିଷାନ୍ ସଭାର ରାଜ୍ୟ ଉପଦେଷ୍ଟା
ଜ୍ୟୋତି ରଞ୍ଜନ ମହାପାତ୍ର,ଅଖିଳ ଭାରତ କୃଷକ ମହାସଭାର ରାଜ୍ୟନେତା ମହେନ୍ଦ୍ର ପରିଡା, ଇଣ୍ଡିଆନ୍ ସୋସିଆଲ୍ ଆକ୍ସନ
ଫୋରମର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ଉପଦେଷ୍ଟା ରବି ଦାସ, କୃଷକ କଂଗ୍ରେସର
ରାଜ୍ୟ ସଭାପତି ଅମିୟ ପଟ୍ଟନାୟକ ବରିଷ୍ଠ କୃଷକ ନେତା ଜଗନ୍ନାଥ ମିଶ୍ର, ଅଭିରାମ ବେହେରା, ପ୍ରମୋଦିନୀ ସାହୁ, ଆଦିବାସୀ
ନେତା ସାଲ ମାର୍ଣ୍ଡି, କୃଷକ ନେତା ନାରାୟଣ ଡାଳୁଅ, ଆଲୋକ ମହାପାତ୍ର, ଅମିନ ଭୋଇ ପ୍ରମୁଖ ଏହି ଆନ୍ଦୋଳନରେ ଅଂଶଗ୍ରହଣ
କରି ନେତୃତ୍ୱ ନେଇଥିଲେ ।
ଏହା ସହିତ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବରିଷ୍ଠ ଶ୍ରମିକ ନେତା ଜନାର୍ଦ୍ଦନ ପତି, ଦୁଷ୍ମନ୍ତ କୁମାର ଦାସ, ସୁରେଶ
ରାଉତରାୟ, ପ୍ରଭାତ ପାଣିଗ୍ରାହୀ, ସୁର ଜେନା, ବିଜୟ ଜେନା, ଜୟନ୍ତ ଦାସ, ପୂର୍ଣ୍ଣ ଚନ୍ଦ୍ର ବେହେରା, ରାଧାକାନ୍ତ ସେଠୀ, ବଂଶୀଧର
ପରିଡା, ବରିଷ୍ଠ ସାମାଜିକ କର୍ମୀ ଦେବ କୁମାର ରାୟ ମହାପାତ୍ର, ବିଶ୍ୱ ପ୍ରିୟ କାନୁନ୍‌ଗୋ, ବିଜୟ ପଣ୍ଡା, ସମଦୃଷ୍ଟିର ସମ୍ପାଦକ
ସୁଧୀର ପଟ୍ଟନାୟକ, ଡି.ୱାଇ.ଏଫ୍‌. ଆଇ.ର ରାଜ୍ୟ ସମ୍ପାଦକ ଯତୀନ୍ ମହାନ୍ତି, ଏ.ଆଇ.ଏସ୍‌.ଏଫ୍‌.ର ରାଜ୍ୟ ସମ୍ପାଦିକା ସଂଘମିତ୍ରା
ଜେନା, ସ୍ତମ୍ବକାର ସତୀଶ ମିଶ୍ର, ମାନସ ପଟ୍ଟନାୟକ, ଭୁବନ ଚନ୍ଦ୍ର ହାତୀ ପ୍ରମୁଖ ସଂହତି ଜଣାଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଅନୁରୂପ ଭାବେ ରାଜ୍ୟର ୨୨ ଟି ଜିଲ୍ଲାର ଶତାଧିକ କେନ୍ଦ୍ରରେ ବରିଷ୍ଠ କୃଷକ ନେତାମାନେ ସାମିଲ ହୋଇ ଏହି ଆନ୍ଦୋଳନ
ସଂଗଠିତ ହୋଇଥିବାର ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ବିଶେଷ କରି ଗଞ୍ଜାମ, ଗଜପତି, ମାଲକାନାଗିରି, କଳାହାଣ୍ଡି,
ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ,
କେଉଁଝର, ଅନୁଗୁଳ, ଢେଙ୍କାନାଳ, ଦେଓଗଡ, ବରଗଡ, ଝାରସୁଗୁଡା ଏବଂ ସମ୍ବଲପୁର ଜିଲ୍ଲାର ଶତାଧିକ ସ୍ଥାନରେ ଏହି ଆନ୍ଦୋଳନ
ସଂଗଠିତ ହେବାର ସୂଚନା ଆସିଛି ।
ଏହି କୃଷକ ବିରୋଧୀ ଏବଂ ଜନବିରୋଧୀ ବିଲ୍ ଗୁଡିକ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆବାହକ ମଣ୍ଡଳୀ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking