30.1 C
Bhubaneswar
Thursday, April 25, 2024
Homeଓଡିଶାରେଳପଥ ନିର୍ମାଣ କାର୍ଯ୍ୟକୁ ବିରୋଧ : କ୍ଷତିଗ୍ରସ୍ତ ଚାଷୀ ଓ ପୁଲିସ ଧସ୍ତାଧସ୍ତି

ରେଳପଥ ନିର୍ମାଣ କାର୍ଯ୍ୟକୁ ବିରୋଧ : କ୍ଷତିଗ୍ରସ୍ତ ଚାଷୀ ଓ ପୁଲିସ ଧସ୍ତାଧସ୍ତି

ଡୁବୁରି : ଅନୁଗୁଳ-ସୁକିନ୍ଦା-ଡୁବୁରି ରେଳପଥ ନିର୍ମାଣ କାର୍ଯ୍ୟକୁ କଳିଙ୍ଗନଗର ଥାନା ଅନ୍ତର୍ଗତ ରଙ୍ଗାହୁଡି ଓ ବାଘରାଇ ସାହିର କ୍ଷତିଗ୍ରସ୍ତ ଚାଷୀ ବିରୋଧ କରିବା ଯୋଗୁଁ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା ।
ସୂଚନା ଅନୁଯାୟୀ, ରେଳପଥ ନିର୍ମାଣକୁ କ୍ଷତିଗ୍ରସ୍ତ ଚାଷୀମାନେ ବିରୋଧ କରୁନାହାନ୍ତି । ଏହି ରେଳପଥ ଦ୍ୱାରା ଅନେକ ଚାଷୀ ସେମାନଙ୍କର ସମସ୍ତ ଚାଷଜମି ହରାଉଥିବାରୁ ସେମାନଙ୍କ ପାଇଁ ବଞ୍ଚି ରହିବା ମୂଲ୍ୟହୀନ ହୋଇପଡିଛି । କେନ୍ଦ୍ର ସରକାରଙ୍କ ଜାତୀୟ ପ୍ରକଳ୍ପ ନିୟମ ଅନୁସାରେ ଏକର ପିଛା ସାଧାରଣ ଚାଷ ଜମିର ମୂଲ୍ୟ ଏକର ପିଛା ସର୍ବନିମ୍ନ ୩ଲକ୍ଷ ଟଙ୍କା ହୋଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ମାତ୍ର ୫୦ ହଜାର ଟଙ୍କା କ୍ଷତିପୂରଣ ବାବଦରେ ଦିଆଯାଉଥିବାରୁ ଚାଷୀମାନେ ଉକ୍ତରାଶି ଗ୍ରହଣ ନକରି ଏହା ବିରୋଧରେ ଆଇନ୍‌ର ଆଶ୍ରୟ ନେଇଥିବା ଜଣାଯାଇଛି । ଅପରପକ୍ଷେ ରେଳପଥ ପ୍ରାଧିକରଣ ପକ୍ଷରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ପ୍ରବଳ ଚାପ ହେଉଥିବାରୁ ବାଧ୍ୟହୋଇ ଜିଲ୍ଲା ପ୍ରଶାସନ ପୁଲିସ ସହାୟତାରେ ଚାଷୀଙ୍କ ଦ୍ୱାରା କରାଯାଉଥିବା ବିରୋଧକୁ ପ୍ରତିହତ କରି ସୋମବାର ଠାରୁ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ।
ସୋମବାର ସକାଳେ ପୂର୍ବ ପ୍ରସ୍ତୁତି ଅନୁସାରେ ମାଜିଷ୍ଟ୍ରେଟ ଭାବେ ସୁକିନ୍ଦା ତହସିଲଦାର ବିଶ୍ୱଜିତ୍ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳିଙ୍ଗନଗର ରାଜ କିଶୋର ଦୋରା, କଳିଙ୍ଗନଗର ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଟମକା ଥାନା ଆଇଆଇସି ସୁମିତ୍ରା ନାୟକ, ୪ଜଣ ଏସଆଇଙ୍କ ସମେତ ୫ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ରହି ରେଳକାର୍ଯ୍ୟ କାମ କରାଇଥିଲେ । କ୍ଷତିଗ୍ରସ୍ତ ଚାଷୀ କୈଳାସ ଚନ୍ଦ୍ର ମହାନ୍ତ, ରିଦେଇ ମହାନ୍ତ, ବେଳବତୀ ମହାନ୍ତ, ଟୁନିଲତା ମହାନ୍ତ, ପ୍ରମିଳା ମହାନ୍ତ, ରତ୍ନମଣି ମହାନ୍ତ, ଗୁରୁବାରୀ ମହାନ୍ତଙ୍କ ସମେତ ରଙ୍ଗାହୁଡି ଓ ବାଘରାଇ ସାହିର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ବିରୋଧ କରୁଥିବାର ଦେଖାଯାଇଥିଲା । କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟାକୁ ସମାଧାନ କରାନଗଲେ ବାଧ୍ୟହୋଇ ଆତା୍ମହୁତି ଦେବାକୁ ଚାଷୀ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking