40.1 C
Bhubaneswar
Thursday, April 25, 2024
Homeଓଡିଶାହୋଇପାରୁନି ପଞ୍ଜିକରଣ :ମାର୍କେଟ ୟାର୍ଡରେ ତାଲା ମାରିଲେ ଚାଷୀ

ହୋଇପାରୁନି ପଞ୍ଜିକରଣ :ମାର୍କେଟ ୟାର୍ଡରେ ତାଲା ମାରିଲେ ଚାଷୀ

ବରଗଡ଼ : ନଭେମ୍ବର ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଜିଲ୍ଲାରେ ଧାନ କିଣାବିକା ସ୍ୱାଭାବିକ ହୋଇପାରିନାହିଁ । କେଉଁଠି ଚାଷୀ ପଞ୍ଜିକରଣ ହୋଇପାରି ନ ଥିବା ବେଳେ ଆଉ କେଉଁଠି ଚାଷୀମାନଙ୍କୁ ଠିକ୍ ଭାବରେ ଅନଲାଇନ ଟୋକନ ମିଳିପାରୁନାହିଁ । ଯାହାକୁ ନେଇ ଅମଳ ପରେ ବି ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଫଳରେ ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡ ଆଗରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି । ଶନିବାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କଳାପାଣି ମାର୍କେଟରେ ଅସନ୍ତୁଷ୍ଟ ଚାଷୀ ତାଲା ପକାଇ ଧାରଣାରେ ବସି ରହିଥିଲେ । ଡିସେମ୍ବର ୩୧ ସୁଦ୍ଧା ଜଳସେଚିତ ଅଞ୍ଚଳର ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ ।
କେଉଁଠି ଚାଷୀଙ୍କ ନାମ ପଞ୍ଜୀକରଣ ହୋଇପାରୁନାହିଁ, ତ ଆଉ କେଉଁଠି ଅନ୍‌ଲାଇନ ଟୋକନ ମିଳିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଅପରପକ୍ଷେ ନୂତନ ବ୍ୟବସ୍ଥାର ସିଧାସଳଖ ଫାଇଦା ମିଲ୍ ମାଲିକମାନଙ୍କ ଏଜେଣ୍ଟ ତଥା ଦଲାଲମାନେ ନେଉଥିବା ଅଭିଯୋଗ ହେଉଛି । ଏପରି ସ୍ଥିତିରେ ଶନିବାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କଲାପାଣି ମାର୍କେଟ ୟାର୍ଡରେ ଚାଷୀମାନେ ତାଲା ପକାଇ ଧାରଣା ଦେଇଥିଲେ । କଲାପାଣି ମାର୍କେଟ ୟାର୍ଡ ଅଧୀନରେ ଥିବା ବୁଦେଲପାଲି, କଲାପାଣି, ବରାହଗୋଡ଼ା , ଆମ୍ବସଢ଼ା ଆଦି ଗ୍ରାମର ବହୁ ଚାଷୀଙ୍କ ପଞ୍ଜୀକରଣ ହୋଇପାରିନାହିଁ । ଫଳରେ ସେମାନଙ୍କୁ ଅନ୍‌ଲାଇନ ଟୋକନ ମିଳିପାରୁନାହିଁ । ଅପରପକ୍ଷେ ଟୋକନରୁ ବଞ୍ôଚତ ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ସତ୍ତ୍ୱେ ଏ ନେଇ କୌଣସି ପ୍ରକାର ସମାଧାନ ହୋଇପାରିନାହିଁ । କଲାପାଣି ମାର୍କେଟ ୟାର୍ଡରେ ତାଲା ପଡ଼ିବା ଯୋଗୁଁ ବାହାରେ ପ୍ରାୟ ୨୦ ହଜାର ବସ୍ତା ଧାନ ପଡ଼ି ରହିଛି । ଏପରି ସ୍ଥିତି ଜିଲ୍ଳାର ଅନେକ ମାର୍କେଟ ୟାର୍ଡରେ ଲାଗି ରହିବା ସହ ହଜାର ହଜାର ବସ୍ତା ଧାନ ବିକ୍ରି ହୋଇ ନପାରି ଖୋଲା ଆକାଶ ତଳେ ପଡ଼ିରହିଛି । ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ଧାନ ଚଳିତ ମାସ ସୁଦ୍ଧା ବିକ୍ରି ହୋଇ ନପାରିଲେ ତେବେ ସେମାନେ ଅଣ୍ଡରରେଟରେ ବିକ୍ରି କରିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking