40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଟୋଲଗେଟରେ ଫି ଆଦାୟ ବନ୍ଦ ଦାବୀରେ ଚାଷୀ ଆନ୍ଦୋଳନ

ଟୋଲଗେଟରେ ଫି ଆଦାୟ ବନ୍ଦ ଦାବୀରେ ଚାଷୀ ଆନ୍ଦୋଳନ

ଯାଜପୁର : ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଥିବା ସମସ୍ତ 450ଟି ଟୋଲଗେଟରେ ଗାଡି ମାନଙ୍କରୁ ଫି ଆଦାୟ ବନ୍ଦ ଦାବୀରେ ଚାଷୀ ଆନ୍ଦୋଳନ କରାଯାଇଛି। ଜିଲ୍ଲାର ପାଣିକୋଇଲି ଏବଂ ବାଲିଚନ୍ଦ୍ରପୁର ଠାରେ ଥିବା ଟୋଲଗେଟରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଏହି ଟୋଲଗେଟରେ ଚାଷୀଙ୍କ ଗାଡି ସମେତ ସମସ୍ତ ଗାଡିକୁ ମାଗଣାରେ ଛାଡିଲେ ଚାଷୀ।ସେପଟେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଚାଷୀମାନେ ରାଜ୍ୟ ବ୍ୟାପି ଏହି ଆନ୍ଦୋଳନ ଜାରି ରଖିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଟୋଲଗେଟ ମାନଙ୍କରେ ବ୍ୟାପକ ପୋଲିସ୍ ମୁତୟନ ହୋଇଛନ୍ତି ସେହି ସମୟରେ ପାଣିକୋଇଲି ଥାନାର s.i ଜଣେ ପୋଲିସ ଗାଡିଭିତରେ ଘୋର ନିଦ୍ରାରେ ସୋଇ ଆନ୍ଦୋଳନ ଡିୟୁଟି କରୁଥିଲେ ତାଙ୍କ ଦୃଶ୍ୟ ଯାହା ଦେଖିବାକୁ ମିଳିଛି।ଏହି ପୋଲିସ ଲୋକଙ୍କ ପାଇଁ କେତେ ସୁରକ୍ଷିତ ଦେବେ ଜନସାଧାରଣଙ୍କୁ ଜଣା ବୋଲି ଚର୍ଚ୍ଚାରେ।ଏହି ଆନ୍ଦୋଳନରେ ବାମପନ୍ଥୀ ଦଳ ସମେତ ବିଭିନ୍ନ ଚାଷୀ ସଂଗଠନ ଓ ରାଜନୈତିକ ଦଳ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking