ନକଲି ଧାନ ବିହନ ଲଗାଇ ଚାଷୀ ହତାଶ, ଫଳିଛି ଅଗାଡି ଧାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସଦର ବ୍ଲକରେ ଶହ ଶହ ଏକର ଧାନ ଏବେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ମାଲକାନଗିରି ବ୍ଲକ ଚାଲାଣଗୁଡ଼ା ପଞ୍ଚାୟତର ଏମଭି – ୪୪ , ଗ୍ରାମରେ ଶହ ଶହ ଏକର ଧାନ ବିଲରେ ଧାନ ଅଗାଡ଼ି ହୋଇଯାଇଛି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।
ଧାନ ବୁଣିବା ସମୟରେ ଚାଷୀ ମାଲକାନଗିରିର ବିଭିନ୍ନ ସାର ଦୋକାନରୁ ଧାନ ବିହନ ଆଣି ଜମିରେ ବୁଣିଥିଲେ। ଏସବୁ ଧାନ ବିହନ କଳାହାଣ୍ଡିରୁ ଆସିଥିବା ଦୋକାନୀ ଚାଷୀଙ୍କୁ କହିବା ସହ ଏହା ଭଲ ବିହନ ବୋଲି କହିଥିଲେ ।

ଚାଷୀ ଦୋକାନୀ କଥାରେ ପଡ଼ି ବିହନ ଆଣି ବୁଣିଥିଲେ ଓ ଭଲ ଫସଲ ମଧ୍ୟ ହୋଇଥିଲା । ଏବେ ମଧ୍ୟ ବିଲରେ ଫସଲ ହସୁଛି । ହେଲେ ଧାନ କିନ୍ତୁ ଅଗାଡ଼ି ହୋଇଯାଇଥିବା ଚାଷୀ ଦେଖିବାକୁ ପାଇଛନ୍ତି । ଏହି ବାବଦରେ ଶତାଧିକ ଚାଷୀ ପ୍ରଶାସନ ନିକଟରେ କ୍ଷତିପୂରଣ ଦାବି କରିଥିଲେ । କୃଷି ବିଭାଗର ଭିଏଲଡବ୍ଲ ଏବଂ ରାଜସ୍ୱ ନିରୀକ୍ଷକ ମଧ୍ୟ ଅଭିଯୋଗ ପାଇ ବିଲ ଗୁଡ଼ିକରେ ପହିଞ୍ଚି ତଦାରଖ କରିଥିଲେ । ଭିଏଲଡବ୍ଲୁ ଙ୍କ କହିବା ଅନୁଯାୟୀ ବିଲରେ ଧାନ ଗଛ ଅଛି ସିନା ଧାନ ଫଳି ନାହିଁ । ନକଲି ବିହନ ଯୋଗୁ ଏଭଳି ହୋଇ ଥାଇପାରେ କିମ୍ବା କାଣ୍ଡରେ ବ୍ଲାଷ୍ଟ ହେବା ଯୋଗୁ ମଧ୍ୟ ଏପରି ହୋଇଥାଏ ବୋଲି ସେ କହିଛନ୍ତି । ଧାନରେ କୌଣସି ପୋକ ଲାଗିନଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସରପଞ୍ଚ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୋକାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଏହାର ତଦନ୍ତ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । କେବଳ ମାଲକାନଗିରି ସଦର ବ୍ଲକରେ ଏଭଳି ଅବସ୍ଥା ହୋଇଛି ନା ଅନ୍ୟ ବ୍ଲକ ଗୁଡ଼ିକରେ ମଧ୍ୟ ହୋଇଛି ତାର ତଦନ୍ତ ଚାଲିଥିବା କୁହାଯାଇଛି । ଋଣ କରି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନକଲି ଧାନ ବିହନ ଯୋଗୁ ବର୍ଷକର ଫସଲ ହରାଇବାକୁ ଯାଉଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here