28.1 C
Bhubaneswar
Friday, March 29, 2024
Homeଓଡିଶାଫସଲ ବୀମା ରାଶୀ ଦାବୀରେ ଚାଷୀଙ୍କ ଆମରଣ ଅନଶନ

ଫସଲ ବୀମା ରାଶୀ ଦାବୀରେ ଚାଷୀଙ୍କ ଆମରଣ ଅନଶନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଫସଲ ବୀମା ରାଶି ହେକ୍ଟର ପିଛା ୫୦ହଜାର ଟଙ୍କା ଦାବୀରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡା ଓ ଯୁରାବନ୍ଧ ଗ୍ରାମ ପଞ୍ଚାୟତ ର ଚାଷୀମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ରେ ବସିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତ ବର୍ଷ ସ୍ୱାଭାବିକ ଠାରୁ ଯଥେଷ୍ଠ କମ ବର୍ଷା ଯୋଗୁଁ ମରୁଡି ପରିଶ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବିଭିନ୍ନ ଅଂଚଳରେ ଧାନ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଥିଲା । ଚାଷୀମାନେ ମରୁଡି ଜନିତ ଧାନର କ୍ଷତିପୁରଣ ପାଇଁ ପ୍ରିମିୟମ ପଇଠ କରି ବୀମା ଆବେଦନ କରିଥିଲେ । କିନ୍ତୁ ଆବଶୟକ ସମୟରେ ବୀମା ରାଶି ନପାଇବାରୁ ,ଗତ ୧୮ ସେପ୍ଟେମ୍ବରରେ ପ୍ରୟ ୧୫୨ ଜଣ ଚାଷୀ ଉପରୋକ୍ତ ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେ ସମୟରେ ତାଙ୍କୁ ବୁଝାଇ ସୁଝାଇ ଜିଲ୍ଲା କର୍ତ୍ତୁପକ୍ଷ ଧାରଣା ବନ୍ଦ କରିବା ପାଇଁ କହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପରିତାପ ର ବିଷୟ ବୋଲି ଚାଷୀମାନେ କହିଛନ୍ତି । ଆହୁରି ସରକାରୀ କ୍ରପ୍ସ କଟିଙ୍ଗ ରିପୋର୍ଟ ଅନୁସାରେ ହେକ୍ଟର ପିଛା ହାଠିଏ ହଜାର ଟଙ୍କା ପାଇବା ପାଇଁ ହକଦାର ଥିବା ବେଳେ କେଉଁ କାରଣରୁ ଓ କାହାର ସ୍ୱାର୍ଥରେ ଆମ୍ଭକୁ ଆମର ହକ ପାଇବା ପାଇଁ ବଞ୍ଚିତ କରାଯାଉଛି ବୋଲି ପ୍ରଶ୍ନ ଅନଶନକାରୀ ମାନେ କରିଛନ୍ତି । ତବେ ବେଲପଡା ଓ ଯୁରାବନ୍ଧ ୍‌ରାମ ପଞ୍ଚାୟତର ଚାଷୀମାନଙ୍କୁ ହେକ୍ଟର ପିଛା ପଚାଶ ହଜାର ଟଙ୍କା ବୀମା ରାଶି ପ୍ରଦାନ କରିବା ନେଇ ଘୋଷଣା ନକରାଯିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ । ଏହି ସମୟରେ ଯଦି କାହର ପ୍ରାଣ ହାନୀ ହୁଏ , ଖୋଦ ଜିଲ୍ଲାପ୍ରଶାନ ଓ ସରକାର ଏଥି ପାଇଁ ଦାୟୀ ରହିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ସରକାରୀ କଳ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking