32.8 C
Bhubaneswar
Tuesday, April 16, 2024
Homeଓଡିଶାସିଏସଓଙ୍କୁ ଘେରିଲେ ଚାଷୀ : ଫେଲ ମାରିଛି ଅନଲାଇନ ଟୋକନ

ସିଏସଓଙ୍କୁ ଘେରିଲେ ଚାଷୀ : ଫେଲ ମାରିଛି ଅନଲାଇନ ଟୋକନ

ସମ୍ବଲପୁର: ଖରିଫ ଧାନ ସଂଗ୍ରହରେ ଅନ୍‌ଲାଇନ ଟୋକନ ବ୍ୟବସ୍ଥା ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରିବା ନେଇ ରାଜ୍ୟ ସରକାରଙ୍କ ଦାବି ଫେଲ ମାରିଛି । ସମ୍ବଲପୁର ଜିଲ୍ଲାରେ ମାସାଧିକ ହେଲା ଟୋକନ ଜରିଆରେ ଧାନ ବିକ୍ରି କରିଥିବା ଚାଷୀଙ୍କୁ ପ୍ରାପ୍ୟ ମିଳି ନଥିବାବେଳେ ୟାର୍ଡ ଓ କ୍ରୟ କେନ୍ଦ୍ରଗୁଡ଼ିକ ଏଫଏକ୍ୟୁ ମାନ ଆଳରେ ଧାନ ସଂଗ୍ରହ ବେଳେ କ୍ୱିଣ୍ଟାଲ ପ୍ରତି ୧୨ରୁ ୧୫ କେଜି ଲେଖାଏଁ କଟ୍‌ନୀ ଛଟ୍‌ନୀକୁ ନେଇ ଚାଷୀ ଅସନ୍ତୋଷ ତୀବ୍ର ହୋଇଛି । ସେଥିରେ ପୁଣି ଧାନ ବିକ୍ରି ପାଇଁ ଚାଷୀଙ୍କୁ ଇସ୍ୟୁ ହୋଇଥିବା ଟୋକନ୍‌ରେ ସମସ୍ତ ସଂଖ୍ୟାର କଲମ ଖାଲିରହିବା ଚାଷୀଙ୍କ ଅସନ୍ତୋଷରେ ଘିଅ ଢାଳିଛି । ଆଜି ପୂର୍ବାହ୍ଣରୁ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଭାପତି ମୁରାରି ପ୍ରସାଦ ପୁରୋହିତ, ଉପସଭାପତି ହରିଶଙ୍କର ପୁରୋହିତ ଓ ଉମେଶ ମିଶ୍ର, ସମ୍ପାଦକ ବ୍ୟୋମକେଶ ଠାକୁରଙ୍କ ନେତୃତ୍ୱରେ ଚାଷୀମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ରଞ୍ଜନ ସେଠଙ୍କୁ ଦୀର୍ଘ ସମୟ ଘେରାଉ କରିବା ପରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଖବର ପାଇ ଯୋଗାଣ କାର୍ଯ୍ୟାଳୟରେ ପହଞ୍ôଚଥିବା ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ସହ ଚାଷୀଙ୍କ ଆଲୋଚନା ଫଳପ୍ରଦ ହୋଇନାହିଁ । ଚାଷୀମାନେ ଉଠାଇଥିବା ସମସ୍ୟା ସମ୍ବନ୍ଧରେ ଉଭୟ ଉପଜିଲ୍ଲାପାଳ ଓ ସିଏସ୍‌ଓ କୌଣସି ସନ୍ତୋଷଜନକ ଉତ୍ତର ରଖିପାରି ନଥିବାବେଳେ ସେମାନଙ୍କର ସମସ୍ୟାର ପ୍ରତିକାର ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking