31.1 C
Bhubaneswar
Tuesday, April 23, 2024
Homeଓଡିଶାମାର୍କେଟ ୟାର୍ଡ ଖୋଲିବାକୁ ଦାବି : ରାସ୍ତାକୁ ଓହ୍ଲାଇଲେ ଚାଷୀ

ମାର୍କେଟ ୟାର୍ଡ ଖୋଲିବାକୁ ଦାବି : ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼ : ସୋହେଲା ବ୍ଲକ୍ ଶ୍ରୀଗିଡ଼ା ଗାଁରେ ମାର୍କେଟ ୟାର୍ଡ ନ ଥିବାରୁ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଶୁକ୍ରବାର ରାସ୍ତା ରୋକ କରିଥିଲେ । ଦୀର୍ଘ ୧୫ କିଲୋମିଟର ଦୂରରେ ଥିବା ମାର୍କେଟ ୟାର୍ଡକୁ ଚାଷୀମାନେ ଧାନ ନେଇ ବିକ୍ରି କରୁଥିବା ବେଳେ ଛୋଟ ଚାଷୀମାନେ ନିଜ ଧାନ ବିକ୍ରିକରି ପାରୁ ନଥିଲେ । ଯାହାକୁ ନେଇ ଗାଁରେ ଏକ ମାର୍କେଟ ୟାର୍ଡ ଖୋଲାଯିବାକୁ ଚାଷୀମାନେ ବାରମ୍ବାର ଦାବି କରିଆସୁଥିଲେ । ହେଲେ ଏଥିପ୍ରତି କାହାରି ଆନ୍ତରିକତା ପ୍ରକାଶ ପାଉ ଥିବା ଅଭିଯୋଗ କରି ଶେଷରେ ଚାଷୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ । ୬ ନମ୍ବର ଜାତୀୟ ରାଜପଥର କେନ୍ଦପାଲିରେ ଚାଷୀମାନେ ରାସ୍ତାରୋକ କରିବା ଦ୍ୱାରା ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ପରେ ପଦ୍ମପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀଗିଡ଼ା ଗ୍ରାମରେ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
ଗୋଟିଏ ପଟେ ଟୋକନ ବ୍ୟବସ୍ଥାକୁ ନେଇ ଧାନ ସଂଗ୍ରହରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଶୁକ୍ରବାର ଗାଁରେ ମାର୍କେଟ ୟାର୍ଡ ଖୋଲିବା ଦାବିରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ । ସୋହେଲା ବ୍ଲକ୍ ଶ୍ରୀଗିଡ଼ା ଗ୍ରାମର ଚାଷୀମାନେ ଦୀର୍ଘ ୧୫ କିଲୋମିଟର ଦୂର ସରକଣ୍ଡା ମାର୍କେଟରେ ଧାନ ବିକ୍ରି କରିଥାନ୍ତି । ଯଦ୍ୱାରା ଚାଷୀ ଖର୍ଚ୍ଚାନ୍ତ ହେବା ସହ ଛୋଟ ଚାଷୀମାନେ ନିଜ ଧାନ ବିକ୍ରି କରି ପାରି ନଥାନ୍ତି । ଚାଷୀମାନେ ଦୀର୍ଘ ଦିନ ହେବ ଶ୍ରୀଗିଡ଼ା ଗ୍ରାମରେ ଏକ ମାର୍କେଟ ୟାର୍ଡ ଖୋଲିବାକୁ ଦାବି କରି ଆସୁଛନ୍ତି । ଏହାକୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଫଳରେ ଚାଷୀମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଜୟ କିଷାନ ଆନ୍ଦୋଳନ ନେତୃତ୍ୱରେ ଅସନ୍ତୁଷ୍ଟ ଚାଷୀମାନେ ୬ ନମ୍ବର ଜାତୀୟ ରାଜପଥର କେନ୍ଦପାଲିଠାରେ ରାସ୍ତାରୋକ କରି ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ । ଚାଷୀମାନେ ଟ୍ରାକ୍ଟରରେ ଧାନ ଆଣି ରାସ୍ତା ଅବରୋଧ କରିଥିଲେ । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଶହ ଶହ ଯାନବାହାନ ଅଟକି ରହିଥିଲା । ଚାଷୀମାନେ ଶ୍ରୀଗିଡ଼ାରେ ମାର୍କେଟ ୟାର୍ଡ ଖୋଲା ଯାଇ ଗାଁରେ ଧାନ ସଂଗ୍ରହ କରାଯିବା, ଚାଷୀମାନଙ୍କ ଧାନ ମାର୍କେଟରେ ହିଁ ଓଜନ କରାଯିବା, ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ କଟନୀଛଟନୀ ବନ୍ଦ କରାଯିବାକୁ ଦାବି କରିଥିଲେ । ପରେ ରାସ୍ତାରୋକ ସ୍ଥଳକୁ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେନ୍ଦ୍ର ରଣା ପହଞ୍ôଚ ଆଲୋଚନା କରିଥିଲେ । ଏ ଅବସରରେ ଉପଜିଲ୍ଲାପାଳ ଦରୱାନ ଶ୍ରୀଗିଡ଼ା ଗ୍ରାମର ଚାଷୀମାନଙ୍କ ଧାନ ତାଙ୍କ ନିଜ ଗ୍ରାମରେ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପରେ ଉପଜିଲ୍ଲାପାଳ ଦରୱାନ ଶ୍ରୀଗିଡ଼ା ଗାଁରେ ପହଞ୍ôଚ ଏକ ଅସ୍ଥାୟୀ ଧାନ କ୍ରୟ କେନ୍ଦ୍ରର ଶୁଭାରମ୍ଭ କରିଥିଲେ ଓ ଶ୍ରୀଗିଡ଼ା ଗ୍ରାମର ଚାଷୀମାନଙ୍କ ଧାନ ଗାଁରେ ହିଁ କିଣାଯିବ ବୋଲି ସୂଚନା ଦେଇଥିଲେ । ଜୟକିଷାନ ଆନ୍ଦୋଳନର ଆବାହକ ରମେଶ ମହାପାତ୍ର, ହର ବଣିଆଁ, ସୁଶୀଲ କୁମାର ସାହୁଙ୍କ ସମେତ ଶ୍ରୀଗିଡ଼ା ଗ୍ରାମର ବହୁ ଚାଷୀ ରାସ୍ତାରୋକରେ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking