33.1 C
Bhubaneswar
Wednesday, April 24, 2024
Homeଓଡିଶାଧାନକିଣାରେ ଅନିୟମିତତା ଅଭିଯୋଗ

ଧାନକିଣାରେ ଅନିୟମିତତା ଅଭିଯୋଗ

ଗଜପତି : ଧାନକିଣାରେ ଅନିନିୟମିତତା ଅଭିଯୋଗ ଆଣିଲେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଏକ ସପ୍ତାହ ମଧ୍ୟରେ ବ୍ୟବସ୍ଥାରେ ସୁଧାର ନଆସିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବିଜେପି, ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି କେ ନାରାୟଣ ରାଓ । ସୋସାଇଟି ଜରିଆରେ ଧାନ ବିକ୍ରୟ ପାଇଁ ଚାଷୀ ଧାନ ଅମଳ କରି ଅପେକ୍ଷା କରି ରହିଥିଲେ ସୁଦ୍ଧା ଟୋକେନ ମିଳିନଥିବାରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଆଦୌ ଜମି ନଥିବା ଲୋକଙ୍କ ନାମରେ ଟୋକେନ ରହିଥିବା ବେଳେ ଏକର ଏକର ଜମି ଥାଇ ଚାଷୀ ଟୋକେନ ପାଇନାହାନ୍ତି ଏଭଳି ଭାବରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକ । ଅନ୍ୟ ପକ୍ଷରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କଟା ଯାଉଥିବା ଚାଲାଣରେ ମଧ୍ୟ ଅନିୟମିତତା ରହିଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗୋଟିଏ ସପ୍ତାହ ମଧ୍ୟରେ ବ୍ୟବସ୍ଥାରେ ସୁଧାର ନଆସିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଧମକ ଦେଇଛି ବିଜେପି ।
https://onakhabar.com/2020/01/26/husband-killed-her-wife-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking