32.1 C
Bhubaneswar
Thursday, March 28, 2024
Homeକୃଷିସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ:ଚାଷୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୫ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ

ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ:ଚାଷୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୫ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ଲିଃ ଦ୍ୱାରା ଲ୍ୟାମ୍ପସ୍ ଗୁଡ଼ିକରେ କିଷାନ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ ଋଣ ନେଉଥିବା ଚାଷୀମାନଙ୍କର ‘ଇଫ୍‌କୋ ଟୋକିଓ ଜେନେରାଲ ଇନସ୍ୟୁରାନ୍‌ସ କମ୍ପାନୀ’ ଦ୍ୱାରା ଜନତା ଦୁର୍ଘଟଣା ବୀମା ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଦୁର୍ଘଟଣାରେ ମୃତ ଚାଷୀଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ବୀମା ରାଶି ମିଳିବାର ବ୍ୟବସ୍ଥା ରହିଛି । ସମସ୍ତ କିଶାନ କ୍ରେଡ଼ିଡ଼୍ କାର୍ଡ଼ ଧାରୀ ଚାଷୀମାନଙ୍କୁ ଏହି ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ବାର୍ଷିକ ପ୍ରିମିୟମ ୧୧୭ ଟଙ୍କା ୯୯ ପଇସା ନିଆଯାଇଥାଏ । ପୂର୍ବରୁ ଏହା ବାର୍ଷିକ ପ୍ରିମିୟମ ୧୦ଟଙ୍କା ୯୩ ପଇସା ରହିଥିଲା ଏବଂ ଏଥିରେ ବୀମାରାଶି ୧ ଲକ୍ଷ ଟଙ୍କା ଦିଆଯାଉଥିଲା । କିନ୍ତୁ ଗତ ବର୍ଷ ଠାରୁ ସୁନ୍ଦରଗଡ଼ ଜିଲ୍ଳା କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଚେଷ୍ଟାରେ ଚାଷୀମାନଙ୍କୁ ୫ ଲକ୍ଷ ଟଙ୍କାର ବୀମାଭୁକ୍ତ କରାଯାଇଛି । ଏହି ଯୋଜନାରେ ବୀମାଭୁକ୍ତ ହୋଇଥିବା ସର୍ଗିପାଲି ଲ୍ୟାମ୍ପସ୍ ର ଦର୍ଲିପାଲି ଗ୍ରାମର ଚାଷୀ ୰ ଅଶ୍ୱିନୀ କୁମାର ନାଏକଙ୍କ ଗତ କିଛି ମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ବିଧବା ପତ୍ନୀ ସାବିତ୍ରୀ ନାଏକଙ୍କୁ ସର୍ଗିପାଲି କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଜରିଆରେ ସର୍ଗିପାଲି ଲ୍ୟାମ୍ପସ୍ ଠାରେ ୫ ଲକ୍ଷ ଟଙ୍କାର ବୀମା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର (ଲୋନ୍‌) , ସର୍ଗିପାଲି ଶାଖା ପରିଚାଳକ ଦିବ୍ୟ ଲୋଚନ ପଟେଲ, ଲେଫ୍ରିପଡ଼ା ସମବାୟ ସଂପ୍ରସାରଣ ଅଧିକାରୀ ରବି ଶଙ୍କର ଭିତ୍ରିଆ, ଲ୍ୟାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ପ୍ରକାଶ କୁମାର ନାଏକ, ଓଏସଡ଼ି ଅଶୋକ କୁମାର ରାଉତ ପ୍ରମୁଖଙ୍କ ଉପସ୍ଥିତ ରହି ଏହି ଚେକ୍ ଦିଆଯାଇଥିଲା । ଏଭଳି କିଶାନକାର୍ଡ଼ ଧାରୀ ଚାଷୀଙ୍କୁ ୫ ଲକ୍ଷର ବୀମାରାଶି ପ୍ରଦାନ ଜିଲ୍ଲାରେ ପ୍ରଥମ ବୋଲି ଜଣାପଡ଼ିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking