33.1 C
Bhubaneswar
Thursday, April 25, 2024
Homeଅପରାଧଚାଷୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ, ଜଣେ ଅଟକ

ଚାଷୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ, ଜଣେ ଅଟକ

ଭଦ୍ରକ : କ୍ଷେତରୁ ବାରମ୍ବାର ପନିପରିବା ଚୋରି ହେଉଥିବା ବେଳେ ତାହାକୁ ଜଗିବାକୁ ଯାଇ ଦୁର୍ବୃତଙ୍କ ଦ୍ବାରା ଜଣେ ଚାଷୀ ହତ୍ୟାର ଶିକାର ହେବା ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକ ଜଣଙ୍କ ହେଲେ ଧାମନଗର ଥାନା ଅନ୍ତର୍ଗତ ଖଡିପଦା ପଂଚାୟତ କାଞ୍ଜିଆପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି (୬୩) ।
ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ନିଜ କ୍ଷେତରେ ସାରୁ ସହିତ ବିଭିନ୍ନ ପନି ପରିବାର ଚାଷ କରିଆସୁଥିଲେ । ଚାଷରୁ ଉପାର୍ଜିତ ଅର୍ଥରେ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ କିଛିଦିନ ହେଲା ତାଙ୍କ କ୍ଷେତରୁ ବାରମ୍ବାର ପରିବା ଓ ସାରୁ ଚୋରି ହୋଇ ଆସୁଥିଲା । ଶନିବାର ରାତି ପ୍ରାୟ ୯ଟା ସମୟରେ ପୂର୍ଣ୍ଣଚନ୍ଦ୍ର କ୍ଷେତ ଆଡକୁ ଯାଉଛି ଘରେ କହି ଆସିଥିଲେ । ହେଲେ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ସେ ଘରକୁ ଫେରିନଥିଲେ । ଫଳରେ ପରିବାର ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ରବିବାର ସକାଳେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ ଦେହ କ୍ଷେତ ଠାରୁ ମାତ୍ର କିଛି ଦୂର ଏକ ଗାଢିଆରେ ଭାସୁଥିବା ଦେଖିଥିଲେ । ଏହି ଖବର ପରିବାର ଲୋକଙ୍କ ପକ୍ଷରୁ ପୁଲିସକୁ ଜଣାଇବାରୁ ଘଟଣାସ୍ଥଳେ ଥାନା ଅଧିକାରୀ ମାନସ କୁମାର ଦେଓ, ଏସଡିପିଓ ମନୋରଂଜନ ସାମଲ, ଏଏସଆଇ ହୃଷିକେଶ ବିଶ୍ବାଳ, ଭଦ୍ରକରୁ ସାଇଂଟଫିକଟିମ ଏବଂ ବାଲେଶ୍ବରରୁ ସନ୍ଧାନୀ କୁକୁର ପହଂଚି ଘଟଣାର ଛାନଭିନ କରିଥିଲେ ା
ବାରମ୍ବାର ସେହି କ୍ଷେତରୁ ଚୋରି ହେଉଥିବା ନେଇ ପୂର୍ଣ୍ଣଚନ୍ଦ୍ର ରାତିରେ କ୍ଷତ ଜଗିଥିବା ବେଳେ ଦୁର୍ବୃତମାନେ ପୂର୍ବପରି କ୍ଷେତରୁ ଚୋରି କରୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ବିରୋଧ କରିବାକୁ ତାଙ୍କୁ ଦୁର୍ବୃତମାନେ ହତ୍ୟା କରିଥାନ୍ତି ବୋଲି ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି । ପୁଲିସ ଘଟଣାସ୍ଥଳୁ ହତ୍ୟାରେ ବ୍ୟବହୃତ ହୋଇଥିବା ଦୁଇଟି ବାଉଁଶ ମୂଳିଆ (ପିଟଣା)କୁ ଜବତ କରିଛି । ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ମୁଁହ, ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଏବଂ ରକ୍ତ ଜୁଡୁବୁଡ ହୋଇଥିବାରୁ ଏହି ହତ୍ୟାକାଣ୍ଡ ଏକାଧିକ ଲୋକ ସାମିଲ ଥିବା ପୁଲିସ ପ୍ରଥାମିକ ତଦନ୍ତରୁ ଅନୁମାନ କରୁଛି । ଖୁବଶିଘ୍ର ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇପାରିବ ବୋଲି ଏସଡିପିଓ ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହିତ ସେହି ଗ୍ରାମର ଜଣକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ପୁଲିସ ଆଜି ସନ୍ଧ୍ୟାରେ ଶବ ଜବତ କରି ବେବଚ୍ଛଦ ପାଇଁ ଭଦ୍ରକ ପଠାଇଛି ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking