33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦିଲ୍ଲୀ ବର୍ଡରରେ କୃଷକଙ୍କ ଆତ୍ମହତ୍ୟା

ଦିଲ୍ଲୀ ବର୍ଡରରେ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ :ହରିଆଣାର ଜଣେ ୫୫ ବର୍ଷିୟ କୃଷକ ରବିବାରକୁ ଟିକିରୀ-ବାହାଦୂରଗଡ ସୀମାରେ ଆତ୍ମହତ୍ୟା କରିଛନ୍ତି । ପୋଲିସର କହିବା ମୁତାବକ ,ହିସାର ଜିଲ୍ଲାର ରାଜବୀର, ଗଛରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ କେନ୍ଦ୍ର ଦ୍ୱାରା ପ୍ରଣୟନ କରାଯାଇଥିବା କୃଷି ଆଇନ ବିରୁଦ୍ଧରେ ସୀମାରେ ପ୍ରଦର୍ଶନ କରୁଥିଲେ । ଏହାସହ ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶର ସହ ସହ କୃଷକ ଦିଲ୍ଲୀ ସୀମାରେ ୧୦୦ ଦିନ ହେବ ଆନ୍ଦୋଳନ କରୁଛନ୍ତି ।

ଅନ୍ୟପଟେ କୃଷକ ନେତା ରାକେଶ ଟିକତ ଶନିବାର କହିଛନ୍ତି ଯେ, ଯେବେଯାଏଁ ୩ଟି କୃଷି ଆଇନକୁ ରବ୍ଦ କରାନଯାଇଛି ସେବେଯାଏ ଏହି ଆନ୍ଦୋଳନ ଜାରି ରହିବ । ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନକୁ ୧୦୦ ଦିନ ପୁରା ହୋଇଥିବାରୁ ମୁଜାଫରନଗର ରାମରାଜ କସବେ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ରାକେଶ ଏହା କହିଛନ୍ତି ।

ରାକେଶ କହିଥିଲେ ଯେ, କୃଷକ ମାନେ ଦାବି କରୁଛନ୍ତି ଯେ, ୩ ଟି କୃଷି ଆଇନକୁ ସମ୍ପୁର୍ଣ୍ଣ ଭାବେ ରବ୍ଦ କରାଯାଉ ଓ ସରକାର ତାଙ୍କ କଥା ମାନୁ ନାହାନ୍ତି । ଏହି ଅବସରରେ ସେ ଟ୍ରାକ୍ଟର ର‌୍ୟାଲି କରିବାକୁ ମଧ୍ୟ କହିଛନ୍ତି । ଯାହା ପ୍ରଥମେ ଉତ୍ତର ପ୍ରଦେଶ ଏହାପରେ ଉତ୍ତରାଖଣ୍ଡ ରେ କରାଯିବ ଓ ୨୭ ମାର୍ଚ୍ଚ ରେ ଗାଜିପୁର ଠାରେ କୃଷକ ପ୍ରଦର୍ଶନ ସ୍ଥଳୀରେ ପହଞ୍ଚିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking