26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭେଙ୍କିୟା ନାଇଡୁଙ୍କୁ ଦିଆଗଲା ଫେରଓ୍ୱେଲ

ଭେଙ୍କିୟା ନାଇଡୁଙ୍କୁ ଦିଆଗଲା ଫେରଓ୍ୱେଲ

ନୂଆଦିଲ୍ଲୀ: ଦେଶର ନୂତନ ଉପ ରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ନିର୍ବାଚିତ ହୋଇସାରିବା ପରେ ଆସନ୍ତା ବୁଧବାର ନୂଆ ଉପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ | ତେବେ ଆଜି ଅର୍ଥାତ ସୋମବାର ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କୁ ଫେରଓ୍ୱେଲ ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସମସ୍ତ ସାଂସଦ ଏବଂ ଯୁବପିଢ଼ି ତଥା ସମାଜ ଓ ଦେଶ ନାଇଡୁଙ୍କ ଠାରୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି ।

ଉପ ରାଷ୍ଟ୍ରପତିଙ୍କ ଅନୁଭବ ଆମର ଯୁବପିଢ଼ିଙ୍କୁ ବାଟ ଦେଖାଇବ ଏବଂ ଲୋକତନ୍ତ୍ରକୁ ମଜବୁତ୍ କରିବ ।ସେ ଆହୁରି ମଧ୍ୟ କହିଛନ୍ତି କି ଆମ ସଂସଦରେ ବର୍ତମାନର ରାଷ୍ଟ୍ରପତି ,ବାଚସ୍ପତି ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିଲେ |ଓ ସମସ୍ତେ ସାଧାରଣ ବର୍ଗର | ସେ ଏକଥା ମଧ୍ୟ କହିଛନ୍ତି ନାଇଡୁ ଦେଶର ସବୁ ଦାଇତ୍ୱ କାଳରେ ଯୁବବର୍ଗଙ୍କ ପିଏମଂ ଅନେକ କାର୍ଯ୍ୟ କଳାପ କରିଛନ୍ତି |ଉପ-ରାଷ୍ଟ୍ରପତି ଭାବେ ଭେଙ୍କିୟା ନାଇଡୁ ଯେଉଁ ଭାଷଣ ଦେଇଛନ୍ତି ସେଥିମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ଭାଷଣ ଯୁବପିଢ଼ି ଉଦ୍ଦେଶ୍ୟରେ ରହିଥିଲା |

ଦାଇତ୍ୱ କାଳରେ ସଂସଦର ପ୍ରଡକ୍ଟଭିଟି ପ୍ରାୟ ୭୦ ପ୍ରତିଶତ ବଢ଼ିଥିଲା । ଏବଂ ୧୭୭ ବିଲ୍ ପାସ୍ ହେଲା ଏବଂ ଏ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା ।ଅନେକ ଉଚିତ ପଦକ୍ଷେପ ନେଇ ଆପଣ ଦେଶ ପାଇଁ ଅନେକ କିଛି କରିଥିବା ମୋଦି ନିଜ ଅଭିଭାଷଣରେ କହିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking