34.1 C
Bhubaneswar
Friday, March 29, 2024
Homeଅପରାଧପୁଲିସର ଅମାନବୀୟ କାର୍ଯ୍ୟ ବିରୋଧରେ ଧାରଣା

ପୁଲିସର ଅମାନବୀୟ କାର୍ଯ୍ୟ ବିରୋଧରେ ଧାରଣା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀଙ୍କ ଅମାନବୀୟ କାର୍ଯ୍ୟ ବିରୋଧରେ ବୁଧବାର ନିର୍ଯାତିତ ପରିବାର ଲୋକଙ୍କ ପକ୍ଷରୁ ରାଜନଗର ଥାନା ଆଗରେ ଧାରଣା ଦିଆଯାଇଥିଲା । ଅଭିଯୋଗ ମୁତାବକ ଗତକାଲି ବିଳମ୍ବିତ ରାତିରେ ତାଳଚୁଆ ସାମୁଦ୍ରିକ ଥାନାର ଆଇଅ।।ଇସି ଶ୍ରୀକାନ୍ତ କୁମାର ବାରିକ ପୁଲିସ ଫୋର୍ସସହ ରଂଗଣୀ ପଞ୍ଚାୟତ ଗୋପାଳଜିଉପାଟଣା ଗାଁର ମାନସ କୁମାର ମଣ୍ଡଳଙ୍କ କବାଟ ବାଡ଼େଇଥିଲେ । ପରିବାର ଲୋକେ କେହି କବାଟ ନଖୋଲିବାରୁ ପୁଲିସ କବାଟ ଭାଙ୍ଗି ଭିତରକୁ ପଶିଥିଲା । ଭିତରକୁ ପଶି ମାନସଙ୍କ ପତ୍ନୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲା । କେସ୍‌ର ବେଲ୍ ଅର୍ଡର ଦେଖାଇବା ସତ୍ୱେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଧକ୍କା ମାରି ଘୋଷାଡ଼ି ଥାନାକୁ ନେଇଥିଲା ।
ସେଠାରେ କୋର୍ଟକୁ ଫରୱାର୍ଡ କରିବା କଥା କହି ରାଜନଗର ଥାନାରେ ପହଞ୍ଚାଇଥିଲା । ରାଜନଗର ଥାନାରେ କୌଣସି କେସ୍ ନାହିଁ କହି ପୁଲିସ ସାଧା କାଗଜରେ ଦସ୍ତଖତ ନେଇ ମାନସଙ୍କୁ ତାଙ୍କ ପତ୍ନୀଙ୍କୁ ଜିମା ଦେଇଥିଲା ବୋଲି ଗୀତାରାଣୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗୀତାରାଣୀ ଓ ତାଙ୍କ ସ୍ୱାମୀ ମାନସ ରାଜନଗର ଥାନା ଆଗରେ ଧାରଣା ଦେଇଥିଲେ । ସେମାନଙ୍କ ସହିତ ବରିଷ୍ଠ କଂଗ୍ରେସନେତା ସନ୍ତୋଷ କୁମାର ମହାନ୍ତି, ଦେବେନ୍ଦ୍ର କୁମାର ଜେନା, ଅଶୋକ କୁମାର ବଳ, ଦିଲ୍ଲୀପ କୁମାର ସିୟ, ଅନନ୍ତ କୁମାର ସେଠୀ, ସତ୍ୟବାନ ସେଠୀ ପ୍ରମୁଖ ୫୦ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଧାରଣା ଦେଇଥିଲେ । ଏ ସମ୍ପର୍କରେ ତାଳଚୁଆ ସାମୁଦ୍ରିକ ଥାନାର ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରୁ ଗତକାଲି ରାତିରେ ମହିଳା ପୁଲିସଙ୍କ ସହିତ ୱାରେଣ୍ଟିକୁ ଧରିବାକୁ ଯାଇଥିଲୁ । ଗୋପାଳଜିଉପାଟଣା ଗାଁର ମାନସ କୁମାର ମଣ୍ଡଳଙ୍କୁ ଧରି ଆଣିଥିଲୁ ।
ବୁଧବାର ସକାଳେ ତାଙ୍କର ସଂପର୍କୀୟ ତାଙ୍କର ରିକଲ ଅର୍ଡରର ଜେରକ୍ସ କପି ଆଣି ଦେଖାଇଥିଲେ । ୨୦୧୭ ମସିହାରୁ ରିକଲ ଅର୍ଡର ହୋଇଥିବା ଦେଖାଇଥିଲେ । ତାର ଓରିଜିନାଲ ନଥିବାରୁ ଓ ଆମ ପାଖକୁ କୌଣସି କପି ଆସିନଥିବାରୁ ତାର ସତ୍ୟାସତ୍ୟ ଯାଂଚ ପାଇଁ ତାଙ୍କୁ ରାଜନଗର କୋର୍ଟକୁ ପଠାଯାଇଥିଲା । ସେଠାରେ ରିକଲ ଅର୍ଡର ସତ୍ୟାସତ୍ୟ ବୁଝିବା ପରେ ପଦକ୍ଷେପ ନେବାକୁ ସାଙ୍ଗରେ ଯାଇଥିବା ପୁଲିସକୁ କହିଥିଲି । ତେବେ ପୁଲିସ ମାନସ କିମ୍ବା କାହାରିକୁ ମାଡ଼ ମାରିନାହିଁ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking