35.1 C
Bhubaneswar
Tuesday, April 23, 2024
Homeଅପରାଧପାରିବାରିକ କଳହ : ସ୍ତ୍ରୀ ମୃତ

ପାରିବାରିକ କଳହ : ସ୍ତ୍ରୀ ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଚିକିଲି ଗ୍ରାମରେ ସ୍ୱାମୀ ଗଙ୍ଗାଧର ହରିଜନ ଓ ସ୍ତ୍ରୀ ନମିତାଙ୍କ ମଧ୍ୟରେ କଳହ ଲାଗିବାରୁ ନମିତା ଘର ଭିତରେ କବାଟ ବନ୍ଦକରି ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଏନେଇ ନମିତାଙ୍କ ବାପା ତାଙ୍କ ଝିଅକୁ ମାରି ଦିଆଯାଇଥିବା ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ସ୍ୱାମୀ ଗଙ୍ଗାଧର ହରିଜନକୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଥିବା ତଦନ୍ତକାରୀ ଅଧିକାରୀ ପୀତାମ୍ବର ସାଗର କହିଛନ୍ତି ।
ସୂଚନା ଅନୁଯାୟୀ, ୧୩ବର୍ଷ ତଳେ ଚିକିଲି ଗ୍ରାମର ସୁନାଧର ହରିଜନଙ୍କ ପୁଅ ଗଙ୍ଗାଧର ବାଙ୍ଗରପାଲି ଗ୍ରାମର ନମିତା ହରିଜନଙ୍କୁ ବିବାହ କରିଥିଲେ । ଗତ ୪ଦିନ ଧରି ସ୍ୱାମୀ- ସ୍ତ୍ରୀ ନମିତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଦୁହେଁ ମିଶି ଗଙ୍ଗାଧର ଶ୍ୱଶୂର ଘରକୁ ଯାଇଥିଲେ । ପରେ ଗଙ୍ଗାଧର ଓ ନମିତା ମିଶି ଚିକିଲକୁ ଫେରିଆସିଥିଲେ । ଗୁରୁବାର ସକାଳୁ ଗଙ୍ଗାଧର ନବରଙ୍ଗପୁର ସହରକୁ ପରିବା ଆଣିବାକୁ ଆସିଥିଲା । ଗଙ୍ଗାଧର ଘରକୁ ଫେରି ଦେଖେ ତ ଘରକବାଟ ଭିତରପଟୁ ବନ୍ଦରହିଛି । ଗଙ୍ଗାଧର କବାଟ ଭାଙ୍ଗି ଦେଖିଲେ ଯେ ନମିତା ଶାଢ଼ୀଫାଶି ଲଗାଇ ଦେଇଛି । ଗଙ୍ଗାଧର ନମିତାକୁ ଫାଶିରୁ ଖୋଲି ଖଟରେ ଶୁଆଇଦେଇଥିଲେ । ଝିଅର ବାପା ଆସି ଦେଖିଲାବେଳକୁ ଝିଅ ମରି ଖଟରେ ଶୋଇଛି, ତେଣୁ ଝିଅର ବାପା ଥାନାରେ ଉକ୍ତ ଅଭିଯୋଗ କରିଥିଲେ ଗଙ୍ଗାଧର ନମିତାକୁ ମାରି ଖଟରେ ଶୁଆଇଦେଇଛନ୍ତି । ମୃତ ନିମିତାର ୨ଟି ପୁଅ ଅଛନ୍ତି । ଜଣେ ୫ମ ଶ୍ରେଣୀ ଓ ଅନ୍ୟଜଣେ ୧ମ ଶ୍ରେଣୀରେ ପଢ଼ନ୍ତି । ଖବରପାଇ ଥାନାଧିକାରୀ ପୀତାମ୍ବର ସାଗର ସେଠାରେ ପହଞ୍ôଚ ଶବକୁ ଜବତ କରିବାସହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ । ଥାନାରେ ଗଙ୍ଗାଧରକୁ ଅଟକ୍ ରଖି ପୁଲିସ ପଚରାଉଚୁରା କରୁଛି ବୋଳଇ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking