ସୁନା କାନଫୁଲ ପାଇଁ ଭାଇ ବୋହୂକୁ ପିଟିଲେ ଦେଢ଼ଶୁର

ବୁଗୁଡ଼ା : ଘରେ ଥିବା ସୁନା କାନଫୁଲ ପାଇଁ ଭାଇବୋହୂକୁ ପିଟିଲେ ଦେଢ଼ଶୁର । ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରାରେ ଘଟିଛି ଏହି ଅଜବ କାଣ୍ଡ । ମାଣିତରାର ରୀତା ବେହେରା ପୁଲିସରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ରମେଶ ଘରେ ନଥିବା ବେଳେ ଦେଢଶୁର ହୀନ ବେହେରା ତାଙ୍କୁ ମାଡ଼ମାରି ଘରୁ ବାହାର କରିଦେଇଛନ୍ତି । କନ୍ଦଳ ଉପୁଜିଥିଲା ଘର କୋଠରେ ଥିବା ସୁନା କାନଫୁଲକୁ ନେଇ । ହୀନ ଘର କୋଠରେ ଥିବା ସୁନା କାନଫୁଲକୁ ନେଇ ଅନ୍ୟତ୍ର ବନ୍ଧକ ଦେଇଥିଲା । ଦୀର୍ଘଦିନ ଧରି ତାହା ମୁକୁଳାଇ ନଆଣିବା ହେତୁ କାହିଁକି ମୁକୁଳାଇ ଆଣିନ ବୋଲି ରୀତା ତାଙ୍କୁ ପଚାରିଥିଲା । ଏଥିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ଶେଷରେ ହୀନ ମାଡ଼ମାରି ରୀତାକୁ ଘରୁ ବାହାର କରିଦେଇଥିଲେ । ରୀତାଙ୍କ ଦୁଇ ଦିଅର ହାଡ଼ିଆ ଓ ମଙ୍ଗୁଳୁ ମଧ୍ୟ ହୀନଙ୍କୁ ସହଯୋଗ କରିଥିଲେ । ଘରୁ ବାହାରିବା ପରେ ରୀତା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।