27.1 C
Bhubaneswar
Thursday, April 25, 2024
Homeଓଡିଶାଦୁର୍ଦ୍ଦିନରେ ଗୋଟିଏ ପରିବାର : ହୁଡ଼ା ମୁଳେ ବୃଦ୍ଧ ବାପା-ମା’, ପରପିଣ୍ଢାରେ ୬ ପ୍ରାଣି କୁଟୁମ୍ବ

ଦୁର୍ଦ୍ଦିନରେ ଗୋଟିଏ ପରିବାର : ହୁଡ଼ା ମୁଳେ ବୃଦ୍ଧ ବାପା-ମା’, ପରପିଣ୍ଢାରେ ୬ ପ୍ରାଣି କୁଟୁମ୍ବ

ଫୁଲବାଣୀ : ସରକାରୀ ସହାୟତାରେ ଘରଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏବେ ଏକ ପରିବାରରର ବୃଦ୍ଧ ବାପା-ମାଆ ଜଣେ ବ୍ୟକ୍ତିଙ୍କ ଜମି ହୁଡ଼ାରେ ଝାଟି ମାଟିର ଏକ ଘର କରି ଜୀବନ ବିତାଉଥିବା ଜଣାପଡିଛି । ପରିବାରର ଅନ୍ୟ ୬ ଜଣ ସଦସ୍ୟ (୩ ଜଣ ଛୋଟ ଓ ୩ ଜଣ ବଡ଼) ପରପିଣ୍ଢାରେ ଏବେ ହାଡ଼ଭଙ୍ଗା ଶୀତରେ ଜୀବନ ବିତାଉଛନ୍ତି । ଦୀର୍ଘ ୬ ମାସ ହେଲା ସେମାନେ ଏହି ସମସ୍ୟା ମଧ୍ୟରେ ଗତି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ମିଳିନାହିଁ କୌଣସି ପ୍ରକାର ସହଯୋଗ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତର ଖଉମୁଣ୍ଡା ଗ୍ରାମର ତଳସାହିରେ ।
ସୂଚନା ଅନୁଯାୟୀ, ଚିତ୍ତରଂଜନ ବେହେରାଙ୍କ ପରିବାର କହିଲେ ୨ ଜଣ ସ୍ତ୍ରୀ ଓ ୩ଟି ଛୁଆ । ତାଙ୍କ ସହିତ ରହୁଛନ୍ତି ବାପା ଜୟଦେବ ବେହେରା (୭୦) ଓ ମାଆ ରାତ୍ର ବେହେରା(୬୫) । ଛୁଆଙ୍କ ମଧ୍ୟରେ ୨ ଜଣ ଅଷ୍ଟମ ଶ୍ରେଣୀରେ ପଢୁଥିବା ଝିଅ ସହିତ ଏକ ଛୋଟ ପୁଅ । ଗତ ଏବର୍ଷ ପୂର୍ବେ ତାଙ୍କର ଘରଟି ବର୍ଷା ପାଣି ପବନରେ ଭାଙ୍ଗିଯିବା ପରେ ସେମାନେ କୌଣସି ପ୍ରକାର ସେଠାର ଜୀବନ ଅତିବାହିତ କରୁଥିଲେ ମଧ୍ୟ ଦିନକୁ ଦିନ ଘରର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ଏବେ ସେମାନେ ବେସାହରା ହୋଇ ଜୀବନ ବିତାଉଛନ୍ତି । ଘରର ମରାମତି ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବା ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବ୍ଳକ ପ୍ରଶାସନ ନିକଟରେ ନିବେଦନ କରିଥିଲେ ମଧ୍ୟ ସମସ୍ତେ କେବଳ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ପ୍ରକାର ସହାୟତା ମିଳିନଥିଲା । ଶେଷରେ ବାଧ୍ୟ ହୋଇ ବାପା-ମାଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜମି ହୁଡ଼ାରେ ଏକ କୁଡ଼ିଆ କରି ଏହି ହାଡ଼ଭଙ୍ଗା ଶୀତରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଅନ୍ୟ ୬ ଜଣ ସଦସ୍ୟ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଜରିଟାଣି ଜୀବନ ବିତାଉଥିବାର ଦେଖାଯାଇଛି ।
ଗତ ୨ ମାସ ହେଲା ଏହି ପରିବାରର ୮ ଜଣ ସଦସ୍ୟ ଏଭଳି ଦୟନିୟ ଭାବେ ଜୀବନ ବିତାଉଥିବା ପ୍ରକାଶ କରିଛନ୍ତି । ଗୋଟିଏ ପଟେ କନ୍ଧମାଳ ହାଡ଼ଭଙ୍ଗା ଶୀତ ସହିତ ଅନ୍ୟପଟେ ଘରର ୨ ଝିଅ ସହିତ ଅନ୍ୟମାନେ ଏବେ ଖୋଲା ବାରଣ୍ଡାରେ ଜରିଟାଣୀ ଜୀବନ ବିତାଇବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଉଠିଛି ପ୍ରଶ୍ନ । ଗୋଟିଏ ପଟେ ସରକାର ଗରୀବଙ୍କ ସୁବିଧା ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଥିବା କହୁଥିବା ବେଳେ, ଏହି ପରିବାର ପ୍ରତି ଆଜି ପର୍ଯ୍ୟନ୍ତ କାହିଁକି କାହାର ନଜର ପଡ଼ିନାହିଁ ତାହା ସାଧାରଣରେ ବଡ ପ୍ରଶ୍ନ ହୋଇଛି । କୁଲି ମୁଜରି କଲେ ପରିବାର ଚଳିଥାଏ । ଚିତ୍ତରଂଜନଙ୍କ ଜଣେ ସ୍ତ୍ରୀ ଗ୍ରାମର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟ ଥିବା ଯୋଗୁଁ ଘର ନିର୍ମାଣ କରିବା ପାଇର୍ ୩୦ ହଜାର ଟଙ୍କା ମଧ୍ୟ ଋଣ ଆଣି ଘର କାମ ଆରମ୍ଭ କରିଥିଲେ । ଘରର ଫାଉଣ୍ଡେସନ କାମରେ ହିଁ ସରିଯାଇଛି ଋଣ ଅର୍ଥ । ଏପଟେ ଘର କାମ ଆରମ୍ଭ କରିବା ଯୋଗୁଁ କାମକୁ ମଧ୍ୟ ସେମାନେ ଯିବା ସମ୍ଭବ ହୋଇ ପାରିନଥିଲା ।
ଫଳରେ ଘରକୁ କୁଲିମୁଲିଆକରି ଯେଉଁ କିଛି ରୋଜଗାର ହେଉଥିଲା ତାହାମଧ୍ୟ ବନ୍ଦ ହୋଇଯିବା ଫଳରେ ଏବେ ଏହି ପରିବାର ଏକ ପ୍ରକାର ନାକେଦମ୍ ହୋଇ ଗଲେଣି । ଗୋଟିଏ ପଟେ ଋଣ ଚିନ୍ତା ସହିତ ଅନ୍ୟପଟେ ପରିବାର ଚିନ୍ତାରେ ପଡ଼ିଛନ୍ତି ଚିତ୍ତରଂଜନ । ବାପା-ମାଆଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୫୦୦ ଟଙ୍କା ଲେଖାଏଁ ମିଳୁଥିବା ବେଳେ ଚିତ୍ତରଂଜନଙ୍କ ରାସନକାର୍ଡ଼ରେ ୬ ପ୍ରାଣି କୁଟୁମ୍ବଙ୍କ ପାଇଁ ମିଳୁଛି ୨୫ କେଜି ଚାଉଲ । ଏଭଳି ସ୍ଥଳେ ଘର ନିର୍ମାଣ ସ୍ୱପ୍ନ ତାଙ୍କ ପାଇଁ ସ୍ୱପ୍ନରେ ହିଁ ରହିଯାଇଛି । ସରକାରଙ୍କ ଅନେକ ଯୋଜନା ଥିବା ବେଳେ ଏହି ପରିବାର ପ୍ରତି ଦୃଷ୍ଟିଦେଲେ ଗୋଟିଏ ପରିବାରର ୮ଜଣ କୁଟୁମ୍ବ ମୁଣ୍ଡ ଗୁଞ୍ଜିବା ପାଇଁ ଘରଖଣ୍ଡିଏ ହୋଇ ପାରନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ଏହି ପରିବାରର ସଦସ୍ୟ ମାନେ । ସରକାରଙ୍କ ଦୃଷ୍ଟି ଏହି ପରିବାର ପ୍ରତି ପଡ଼ିନଥିବାକୁ ଗ୍ରାମବାସୀ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking