37.1 C
Bhubaneswar
Thursday, March 28, 2024
Homeଓଡିଶାଶୁଦ୍ଧିକ୍ରିୟା ପାଇଁ ମିଳିଲାନି ସହଯୋଗ : ରାସ୍ତାରେ ବସିଲେ ପରିବାର ଲୋକେ

ଶୁଦ୍ଧିକ୍ରିୟା ପାଇଁ ମିଳିଲାନି ସହଯୋଗ : ରାସ୍ତାରେ ବସିଲେ ପରିବାର ଲୋକେ

ତିହିଡ଼ି : ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରେଡକ୍ରସ ପାଣ୍ଠିରୁ ସାହାଯ୍ୟ ପାଇବାରେ ବିଫଳ ହେବାରୁ ଏହାର ପ୍ରତିବାଦରେ ଦୁର୍ଘଟଣାରେ ମୃତ ବ୍ୟକ୍ତିର ପରିବାର ଲୋକେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବସି ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟ ମାଗିଥିଲେ । ଏହି ଘଟଣା ପୁଲିସକୁ ଅଡ଼ୁଆରେ ପକାଇଛି ।
ସୂଚନା ଅନୁଯାୟୀ, ଗତ ୪ ତାରିଖରେ ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ଘୋଷରା ନିକଟରେ ରାତି ୯ଟା ବେଳେ କାନପୁର ଗ୍ରାମର ସଞ୍ଜୟ ଓଝା (୪୮) ନାମକ ବ୍ୟକ୍ତି ବାଇକ୍ ରଖି ବସିଥିବା ବେଳେ ଭଦ୍ରକ ଅଭିମୁଖେ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ୬ ତାରିଖ ସକାଳେ ସେ ପ୍ରାଣ ହରାଇଥିଲେ । ଏନେଇ କାନପୁର ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ରାସ୍ତାରୋକ ପାଇଁ ଗ୍ରାମବାସୀ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ରେଡକ୍ରସ ଓ ଅନ୍ୟାନ ସୂତ୍ରରୁ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କରିନଥିଲା ବୋଲି ଅଭିଯୋଗ ହୋଇଛି । ଶୁକ୍ରବାର ୯ ଦିନ ହେଉଥିବାରୁ ଶୁଦ୍ଧିକ୍ରିୟା ପାଇଁ ପରିବାର ତରଫରୁ ତାଙ୍କ ଭାଇ ସମୀର ଓଝା, ସ୍ତ୍ରୀ ସରସ୍ୱତୀ, ସମୀରଙ୍କ ସ୍ତ୍ରୀ ବୀଣାପାଣୀ, ୪ ଝିଅ ରାସ୍ତାରେ ଭିକ୍ଷା ମାଗିଥିଲେ । ଏହି ଖବର ପାଇବାପରେ ପୀରହାଟ ଫାଣ୍ଡି ଅଧିକାରୀ ଗୟାଧର ବେହେରା ଓ ପୁଲିସ କର୍ମଚାରୀ ପହଞ୍ôଚ ବୁଝାଇଥିଲେ । ରେଡକ୍ରସରୁ ସାହାଯ୍ୟ ଯୋଗାଇଦେବାକୁ ଭରସା ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking