26.1 C
Bhubaneswar
Friday, March 29, 2024
Homeଓଡିଶାବିଲ୍ ଅର୍ଥ ନ ମିଳିବାରୁ ପରିବାର ସହ ଧାରଣା ଦେଲେ ଠିକାଦାର 

ବିଲ୍ ଅର୍ଥ ନ ମିଳିବାରୁ ପରିବାର ସହ ଧାରଣା ଦେଲେ ଠିକାଦାର 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ.ଭି-୩ ଗ୍ରାମର ଜଣେ ଠିକାଦାର କାମ କରିବା ପରେ ମଧ୍ୟ ବିଲ ଅର୍ଥ ନ ମିଳିଥିବାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଧାରଣା ଦେଇଛନ୍ତ । ମାଲକାନଗିରି ବି ଡିଓ ଓ ତମସା ପଞ୍ଚାୟତର ପିଇଓଙ୍କ ନିର୍ଦ୍ଦେଶ କ୍ରମେ ଠିକାଦାର ନନ୍ଦ ଦୁଲାଲ ମଜୁମ୍‌ଦାର କିଛି ମାସ ପୂର୍ବେ କିଛି ଘର ଓ ୧୧୪ ଟି ପାଇଖାନା ନିର୍ମାଣ କରିଥିଲେ । କିନ୍ତୁ କାମ ଶେଷ ହେବାର ବହୁ ଦିନ ବିତି ଯାଇଥିଲେ ସୁଦ୍ଧା ବିଲ୍ ଅର୍ଥ ମିଳିନଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ବହୁବାର ବିଡିଓ ଓ ପିଇଓଙ୍କ ଦ୍ୱାରସ୍ତ ହେଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପ୍ରତ୍ୟେକ ପାଇଖାନା ପିଛା ୧୦୦ ଟଙ୍କା ଲାଞ୍ଚ ଦେଲେ ହିଁ ବିଲ୍ କରାଯିବ ବୋଲି ବିଡିଓ କହିଥିବା ଠିକାଦାର ଶ୍ରୀ ମଜୁମଦାର ଅଭିଯୋଗ କରିଛନ୍ତି । ଏହି କାମ କରିବା ପାଇଁ ଠିକାଦାର ଦୁଲାଲ ଲୋକଙ୍କ ଠାରୁ ଋଣ ଆଣି କାମ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିଲ୍ ନ ହେବାରୁ ସେ ଆଣିଥିବା ଋଣ ପରିଶୋଧ କରିପାରୁ ନାହାଁନ୍ତି । ଯାହା ଫଳରେ ସେ ଯେଉଁମାନଙ୍କ ଠାରୁ ଋଣ ଆଣିଥିଲେ, ସେମାନେ ବାରମ୍ବାର ଘରକୁ ଆସି ୬ଣ ପରିଶୋଧ ପାଇଁ କହୁଛନ୍ତି । ଋଣ ପରିଶୋଧ କରିପାରୁ ନଥିବାରୁ ତାଙ୍କ ପରିବାର ବହୁ ମାନସିକ ଚାପରେ ଥିବା ପ୍ରକାଶ କରିବା ସହ ଶେଷରେ ବାଧ୍ୟ ହୋଇ ଆଜି ମାଲକାନଗିରି ବ୍ଲକ ସମ୍ମୁଖରେ ନିଜ ସହ ପରିବାର ସହ ଧାରଣା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଯେ ପର୍ଯ୍ୟନ୍ତ ବିଲ ଅର୍ଥ ପ୍ରଦାନ କରାନ ଯିବ, ସେ ପର୍ଯ୍ୟନ୍ତ ଧାରଣାରେ ପରିବାର ସହ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking