26.1 C
Bhubaneswar
Friday, March 29, 2024
Homeଓଡିଶାସମ୍ପତି ପାଇଁ ମା’ ଓ ଦିବ୍ୟାଙ୍ଗ ଭଉଣୀଙ୍କୁ ଘରୁ ତଡ଼ିଲା ପୁଅ

ସମ୍ପତି ପାଇଁ ମା’ ଓ ଦିବ୍ୟାଙ୍ଗ ଭଉଣୀଙ୍କୁ ଘରୁ ତଡ଼ିଲା ପୁଅ

ଗଞ୍ଜାମ : ଜନ୍ମଦାତ୍ରୀ ମା’ ଓ ଦିବ୍ୟାଙ୍ଗ ଭଉଣୀଙ୍କୁ ସମ୍ପତି ପାଇଁ ଘରୁ ତଡିଦେବା ଘଟଣା ବ୍ରହ୍ମପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ସଦରଥାନା ଅନ୍ତର୍ଗତ ସୁକୁଣ୍ଡା ଅଞ୍ଚଳରେ ହେମ ରାଉଳ ନାମକ ଜଣେ ୭୫ ବର୍ଷିୟା ବୃଦ୍ଧା ଏବଂ ଜଣେ ଦୃଷ୍ଟିବାଧକ ୫୦ ବର୍ଷିୟା ଝିଅ ଏକାଠି ରହୁଥିଲେ । ବୃଦ୍ଧାଙ୍କ ୩ ଝିଅ ଏବଂ ୩ ପୁଅ ରହିଥିବା ବେଳେ ବହୁ ଦିନ ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଥିଲା । ପରିବାର ନିକଟରେ ସମ୍ପତି ୧୮ ଭରଣ ଜମି ଏବଂ ଘର ସବୁ ମା’ଙ୍କ ନାମରେ ରହିଥିଲେ ମଧ୍ୟ ମୌଖିକ ଭାବେ ପରିବାର ମଧ୍ୟ ଉକ୍ତ ସମ୍ପତିକୁ ଭାଗ ବଣ୍ଟା ହୋଇଯାଇଥିଲା । ତେବେ ଗତ କିଛି ଦିନ ପୂର୍ବେ ବୃଦ୍ଧା ମା’ ହେମ ରାଉଳଙ୍କ ଦ୍ୱିତୀୟ ଝିଅ ଆସି ମା’ଙ୍କ ନିକଟରେ ରହୁଥିଲେ ।
ତେବେ ଏହାକୁ ନେଇ ୩ ପୁଅ ବିରୋଧ କରିବା ସହ ଗୋଟିଏ ପୁଅ ପୂରା ପରିବାରକୁ ଉକ୍ତ ଘରୁ ବାହାର କରି ସମସ୍ତ ସମ୍ପତି ତାଙ୍କର ବୋଲି କହି ଘରେ ତାଲା ପକାଇ ଦେଇଥିଲେ । ସୋମବାର ଅପରାହ୍ନରେ ଏହିପରି ଘଟଣା ଘଟିବା ପରେ ସାହି ଏବଂ ଅଞ୍ଚଳବାସୀ କହିବା ସତ୍ୱେ ମଧ୍ୟ ବୃଦ୍ଧା ମା’ ଏବଂ ବିକଳାଙ୍ଗ ଭଉଣୀଙ୍କୁ ଘର ଭିତରକୁ ପ୍ରବେଶ କରିବା ପାଇଁ ମନା କରିଦେଇଥିଲେ ପୁଅମାନେ । ଏହାକୁ ନେଇ କିଛି ଆଇନଜୀବୀ ବୃଦ୍ଧାଙ୍କୁ ସହଯୋଗ କରିବା ସହ ଆଜି ତାଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତୟ ଭାଉସାହେବଙ୍କୁ ଆଣି ଭେଟାଇଥିଲେ । ସେମାନେ ଲିଖିତ ଭାବେ ଏକ ଅଭିଯୋଗ କରିବା ସହ ତାଙ୍କ ନିଜ ନାମରେ ଥିବା ଘରକୁ ପୁଅମାନେ ଚାବି ପକାଇ ଦେଇଥିବା ଜଣାଇଥିଲେ । ଏପରିକି ସମ୍ପତି ଉପରେ କବ୍‌ଜା କରିବାକୁ ଚାହିୁଁଥିବା ମଧ୍ୟ କହିଥିଲେ । ଉପଜିଲ୍ଲାପାଳ ତୁରନ୍ତ ବୃଦ୍ଧାଙ୍କ ଘଟଣାକୁ ଗୁରୁତର ସହ ନେଇ କୁକୁଡାଖଣ୍ଡି ତହସିଲଦାର ଇପସିତା ମହାନ୍ତିଙ୍କୁ ଯୋଗାଯୋଗ କରି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଉକ୍ତ ଘର ଖୋଲି ବୃଦ୍ଧା ଏବଂ ତାଙ୍କ ଦୁଇ ଝିଅଙ୍କୁ ସେଠାରେ ରଖିବାର ବନ୍ଦବୋସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୃଦ୍ଧା ହେମ ରାଉଳଙ୍କ ନାମରେ ଜମି ସହ ଏକ ୭ ବଖରା ବିଶିଷ୍ଟ ଘର ଥିବା ଯୋଗୁଁ ପୁଅମାନେ ଏଥିରେ ଲୋଭ ହୋଇ ଏହି କାମ କରିଥିବା ଅଞ୍ଚଳବାସୀ ଜଣାଇଛନ୍ତି । ଏପରିକି ଏହାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking