34.1 C
Bhubaneswar
Friday, March 29, 2024
Homeଅପରାଧପଣସ ପାଇଁ ପରିବା ବାଲାକୁ ହତ୍ୟା

ପଣସ ପାଇଁ ପରିବା ବାଲାକୁ ହତ୍ୟା

ଲକ୍ଷ୍ନୌ : ପଣସ ପାଇଁ ପରିବା ବାଲାକୁ ହତ୍ୟା । ଉତ୍ତର ପ୍ରଦେଶର ଗାଜିଆବାଦରେ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା । ଏଠାରେ ଜଣେ ବ୍ୟକ୍ତି ପରିବା ଖରାପ ବାହାରିବାରୁ ପରିବା ବାଲାକୁ ପିଟି ପିଟି ମାରି ଦେଇଛନ୍ତି । ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ପରିବାବାଲାକୁ ପରିବାର ଲୋକେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପୁଅର ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି। କୁହାଯାଉଛି ଯେ ଯେତେବେଳେ ସନ୍ଦୀପ ତ୍ୟାଗୀ ପରିବା ବାଲା ଅନୀଲ ସହ ମାରପିଟ୍ କରୁଥିଲା । ସେତେବେଳେ ସେଠାରେ ଲୋକମାନେ ଠିଆ ହୋଇ ଏହି ଦୃଶ୍ୟ ଦେଖୁଥିଲେ । କିନ୍ତୁ କେହି ବି ଅନୀଲଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସିଲେ ନାହିଁ । କବି ନଗର ଥାନା ଅଞ୍ଚଳର ବାପୁ ଧାମ ସ୍ଥିତ ମୋରଟା ଗାଁରେ ଅନୀଲ କୁମାର (୩୮) ପରିବା ଠେଲା ଲଗାନ୍ତି । ଜୁନ୍ ୨୩ ସନ୍ଧ୍ୟାରେ ସନ୍ଦୀପ ନାମକ ଯୁବକ ଏକ ପଣସ କିଣିଥିଲେ । ପଣସ ଖରାପ ବାହାରିବାରୁ ସେ ରାଗରେ ପୁଣି ପରିବାବାଲା ପାଖକୁ ଆସିଥିଲେ ଓ ଗାଳିଗୁଲଜ କରିଥିଲେ ।

ତା’ପରେ ସେ ତାଙ୍କୁ ମାଡ଼ ବି ମାରିଥିଲେ । ପରିବାବାଲା କହିଥିଲେ- ଯଦି ପରିବା ଖରାପ ଅଛି ତେବେ ଭାଇ ତୁମେପଇସା ନେଇଯାଅ । କିନ୍ତୁ ସନ୍ଦୀପ କିଛି ବି ଶୁଣିନଥିଲେ । ସେ ଠେଲାରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ଷ୍ଟାଣ୍ଡ୍‌କୁ ଉଠାଇଥିଲେ ଓ ଅନୀଲଙ୍କ ମୁଣ୍ଡକୁ ବାରମ୍ବାର ପିଟିବାକୁ ଲାଗିଥିଲେ । ପରିଜନଙ୍କ କହିବାନୁସାରେ, ସନ୍ଦୀପ ତ୍ୟାଗୀ ସେ ପର୍ଯ୍ୟନ୍ତ ଅନୀଲଙ୍କ ମୁଣ୍ଡକୁ ପିଟିଥିଲେ ଯେବେ ଯାଏଁ ସେ ବେହୋସ ହୋଇନଥିଲେ । ଅନୀଲ ବୋହୋସ ହୋଇ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଆଜି ଅପରାହ୍ନରେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପରେ ପରିବାର ଏବେ କେମିତି ଚଳିବ ସେ ଚିନ୍ତାରେ ଥିବା ତାଙ୍କ ପୁଅ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking