26.1 C
Bhubaneswar
Wednesday, August 10, 2022
Homeଓଡିଶାହସ୍ପିଟାଲରେ ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ

ହସ୍ପିଟାଲରେ ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ

ଭୁବନେଶ୍ୱର : ମୃତ୍ୟୁ ପରେ ବି ଅମର ରହିବ ରାଇମୋହନଙ୍କ ଆଖି। ସିନେମାରେ ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ଯେଉଁ ଆଖିକୁ ଦେଖି ଦିନେ ଦର୍ଶକ ଭୟରେ ଥରୁଥିଲେ। ଆଜି ସେଇ ଆଖି ମୃତ୍ୟୁ ପରେ ବି ଜୀବିତ ରହିବ । କାହିଁକି ମୃତ୍ୟୁ ପରେ ରାଇମୋହନଙ୍କ ଚକ୍ଷୁକୁ ହସ୍ପିଟାଲକୁ ଦାନ କରିଛନ୍ତି ତାଙ୍କ ପରିବାର ଲୋକ । ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ।

ସେଠାରେ ତାଙ୍କ ପରିବାର ଲୋକଙ୍କୁ ବୁଝାଇବା ପରେ ସେମାନେ ରାଇମୋହନଙ୍କ ଚକ୍ଷୁଦାନ କରିଛନ୍ତି । ଓଡିଆ ଚଳଚ୍ଚିତ୍ର ଦୁନିଆର ଭୟଙ୍କର ଖଳ ଚରିତ୍ରରେ ଅଭିନୟ କରି ରାଇମୋହନ ଓଡିଆ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି। ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଶିଳ୍ପ ଅପୂରଣୀୟ କ୍ଷତି ସହିଛି। ସେ ୧୦୦ରୁ ଅଧିକ ଓଡିଆ ଫିଲ୍ମରେ କାମ କରିଥିବା ବେଳେ ପାଖାପାଖି ୧୫ଟି ବଙ୍ଗାଳୀ ଫିଲ୍ମରେ ନିଜ ଅଭିନୟ କଳା ଦେଖେଇଛନ୍ତି। ଖାଲି ଚଳଚ୍ଚିତ୍ର ନୁହେଁ ଯାତ୍ରା ଦୁନିଆରେ ମଧ୍ୟ ତାଙ୍କ ଦମଦାର ସଂଳାପ ଦର୍ଶକଙ୍କୁ ଭୟଭୀତ କରିଦିଏ ।

ରାଇମୋହନ ପରିଡାଙ୍କ ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking