37.1 C
Bhubaneswar
Thursday, March 28, 2024
Homeଓଡିଶାନକଲି ଶବ ଯୋଗୁଁ ପ୍ରଶାସନ ଆଜି ହରଡଘଣାରେ ପଡିଛି

ନକଲି ଶବ ଯୋଗୁଁ ପ୍ରଶାସନ ଆଜି ହରଡଘଣାରେ ପଡିଛି

କେନ୍ଦ୍ରାପଡା : ସହର ଦେଇ ପ୍ରବାହିତ ଗୋବର ନଦୀରେ ଭାସି ଆସିଥିଲା ଏକ ଶବ। ଶବଟି ଲାଗିଥିଲା କେନ୍ଦ୍ରାପଡା ସହର ନିକଟସ୍ଥ ଗୁଲନଗର ନିକଟରେ ଗୋବର ନଦୀ ପଠାରେ। ଶବଟି ଏକ ଧଳା ଜରିରେ ଗୁଡାକ ହୋଇଥିଲା। ସ୍ଥାନୀୟ ଲୋକେ ଆଜି ସକାଳେ ଗୋବରୀ ନଦୀରେ ଏହି ଶବକୁ ଦେଖିବା ପରେ କୋକୁଆଭୟ ସୃଷ୍ଟି ହୋଇଥିଲା। କୌଣସି କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ପରେ ତାଙ୍କ ଶବକୁ କେହି ଗୋବର ନଦୀରେ ଭସାଇ ଦେଇଥିବା ଲୋକେ ଭାବି ଆତଙ୍କିତ ହୋଇ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ରାପଡା ସଦର ଥାନାକୁ ଓ ବ୍ଲକ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ସଦର ଥାନା ପୁଲିସ ଶବ ଉଦ୍ଧାରକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ ଓ ଶବ ଉଦ୍ଧାରକାରୀଙ୍କ ସହଯୋଗରେ ନଦୀ ରୁ ଶବ ଉଦ୍ଧାର କରାଯାଇଥିଲା। ତେବେ ଶବ ଉଦ୍ଧାର ପରେ ଜଣା ପଡିଥିଲାଯେ କଦଳୀ ବାହୁଙ୍ଗା ଗୁଡିକୁ ଠିକ୍ ଶବ ଭଳି ଜରିଆରେ ଗୁଡାକ ନଦୀରେ ଭସାଇ ଦିଆଯାଇଛି। ତେବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ କେହି ଏପରି କରିଥିବା ସାଧାରଣରେ ଆଲୋଚନା ହେଉଛି। ଏପରି ଅଯଥା ଆତଙ୍କ ସୃଷ୍ଟି ନକରିବାକୁ ସ୍ଥାନୀୟ ସରପଞ୍ଚଙ୍କ ସହ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking