31.1 C
Bhubaneswar
Friday, March 29, 2024
Homeଓଡିଶାସହରବାସୀ ଖାଉଛନ୍ତି ନକଲି ସସ୍ : କାରବାରରେ ବୃଦ୍ଧି, ବିଭାଗୀୟ ଅଧିକାରୀ ନୀରବ

ସହରବାସୀ ଖାଉଛନ୍ତି ନକଲି ସସ୍ : କାରବାରରେ ବୃଦ୍ଧି, ବିଭାଗୀୟ ଅଧିକାରୀ ନୀରବ

ରାଉରକେଲା: ସାବଧାନ! ସହରରେ ବ୍ୟାପକ ପରିମାଣର ନକଲି ଟମାଟୋ ଓ ଚିଲି ସସ ବ୍ୟବହାର ହେଉଛି, ଯାହା ଫଳରେ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇପାରେ ।  ପ୍ରକାଶ ଥାଉକି, ସ୍ମାର୍ଟ ସିଟି ରାଉରକେଲାରେ ବର୍ତମାନ ନକଲି ସସ କାରବାର ଜୋରସୋରରେ ଚାଲୁଥିବା ଅଭିଯୋଗ ହୋଇଛି । ବିଶେଷ କରି ରାଉରକେଲା ସହର ସମେତ ଇସ୍ପାତଂଚଳରେ ଠେଲା ବ୍ୟବସାୟୀ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଫାଷ୍ଟଫୁଡ଼ ଓ ଛୋଟ ଛୋଟ ଜଳଖିଆ ଦୋକାନ ମାନଙ୍କରେ ଚାଉମିନ, ମ୍ୟାନଚୁରିୟାନ ଓ ଅନ୍ୟାନ ଖାଦ୍ୟରେ ନକଲି ସସକୁ ବ୍ୟବହାର କରାଯାଉଛି, ଯାହାକୁ ନେଇ ଲୋକମାନେ ବିଭିନ୍ନ ପେଟରୋଗର ଶୀକାର ହେଉଛନ୍ତି । ବର୍ତମାନ ସହରରେ ଶତାଧିକ ଠେଲା ଓ ଜଳଖିଆ ଦୋକାନରେ ବେଆଇନ ଭାବରେ ଅପ୍ରମିଶ୍ରିତ ସସକୁ ବ୍ୟବହାର କରାଯାଉଛି! ଅପରପକ୍ଷରେ ବିଭାଗୀୟ  ଆରଏମସିର ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଏଦିଗରେ ଏତେଟା ଗୁରୁତ୍ୱ ନ ଦେଉଥିବାରୁ ଅପ୍ରମିଶ୍ରଣ ବେପାର ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ମାସ ତଳେ, ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା କିଛି ସ୍ଥାନରେ ଚଢାଉ କରାଯାଇ ନକଲି ସସ କାରଖାନାରେ ବ୍ୟାପକ ଅପ୍ରମିଶ୍ରିତ ସସ ଜବତ କରାଯାଇଥିଲା । ଏହି ଚଢାଉର କିଛି ଦିନ ପରେ ପୁଣି ଥରେ ଏହି କାରବାର ଜୋରରେ ଚାଲୁଛି, ବିଶେଷ କରି କିଛି ଅସାଧୁ ବ୍ୟବସାୟୀ ମାନେ ଏହି କାରବାରକୁ ଲୁଚାଛପା ଭାବେ କରୁଥିବା ଖବର ମିଳିଛି । କିଛି ବସ୍ତି ଅଂଚଳରେ ବେଆଇନ ଭାବରେ ନକଲି ସସ ପ୍ରସ୍ତୁତି କରାଯାଉଥିବାର ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking