34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଧରାପଡ଼ିଲା ନକଲି ପୋଲିସ, ଟୋଲ ଆଦାୟ କରିବା ପାଇଁ ବ୍ୟବହାର କରୁଥିଲେ ପୋଲିସ ଖାକି

ଧରାପଡ଼ିଲା ନକଲି ପୋଲିସ, ଟୋଲ ଆଦାୟ କରିବା ପାଇଁ ବ୍ୟବହାର କରୁଥିଲେ ପୋଲିସ ଖାକି

ଫିରୋଜାବାଦ : ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଏମିତି ଏକ ମାମଲା ଆସିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଜଣେ ବ୍ୟକ୍ତି ପୋଲିସ ଇନ୍ସପେକ୍ଟରର ୟୁନିଫର୍ମ ପିନ୍ଧି ଅବୈଧ ଭାବେ ଟଙ୍କା ଆଦାୟ କରୁଥିଲା । କିନ୍ତୁ ସତ ଜଣାପଡିବା ପରେ ପ୍ରକୃତ ପୋଲିସ ସେହି ଫେକ୍ ପୋଲିସକୁ ଗିରଫ କରିଛି । ସୂଚନା ଅନୁସାରେ ୟୁପିର ଫିରୋଜାବାଦରେ ରବିବାର ପୋଲିସ ନକଲି ଇନ୍ସପେକ୍ଟରକୁ ଗିରଫ କରିଛି । ଏହି ବ୍ୟକ୍ତି ଜଣକ ୟୁନିଫର୍ମ ପିନ୍ଧି ଗାଡି ଚେକିଂ ନାଁରେ ଲୋକଙ୍କଠୁ ଅବୈଧ ଭାବେ ଟଙ୍କା ଆଦାୟ କରୁଥିଲା । ଫିରୋଜାବାଦ ଥାନା ଟୁଣ୍ଡଲା ପୋଲିସ ଦ୍ୱାରା ଗିରଫ ଅଭିଯୁକ୍ତ ପୋଲିସ ୟୁନିଫର୍ମ ପିନ୍ଧି ଗାଡିର ଚେକିଂ ଏବଂ ଚାଲାଣ ନାଁରେ ଅବୈଧ ପଇସା ଆଦାୟ କରୁଥିଲା । ଧରାପଡିବା ପରେ ଜଣା ପଡିଲା କି ଗାଜିୟାବାଦରେ ତା ଘର । ଅଭିଯୁକ୍ତଠାରୁ ପୋଲିସ ନୀରିକ୍ଷକର ନକଲି ପରିଚୟପତ୍ର ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ଗାଜିଆବାଦର ରାମ କିଶନ ବୋଲି ଜଣାପଡିଛି । ପୋଲିସ ଅଧିକାରୀ କହିଛନ୍ତି କି ଅଭିଯୁକ୍ତ କାର୍ ନମ୍ବର ଡିଏଲ ୧ ସିଚି ୨୯୫୮ ଚଲାଉଥିଲା ଏବଂ ପୋଲିସ ୟୁନିଫର୍ମ ପିନ୍ଧି ଗାଡି ଚେକ୍ କରୁଥିଲା । ଲୋକଙ୍କୁ ଚାଲାଣ କାଟିବା ଧମକ ଦେଇ ଟଙ୍କା ଆଦାୟ କରୁଥିଲା । ଟୁଣ୍ଡଲା ପୋଲିସ ଅଭିଯୁକ୍ତକୁ ଉସାୟନି ଗାଁ ନିକଟ ବାଇପାସରୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking