40.1 C
Bhubaneswar
Thursday, April 25, 2024
Homeଅପରାଧଚାରି ଲକ୍ଷ ୭୭ହଜାର ଜାଲ୍ ନୋଟ୍ ଜବତ, ଜାଲ୍ ନୋଟ୍ କାରବାର ର‌୍ୟାକେଟ୍ ପୋଲିସ ହାତରେ...

ଚାରି ଲକ୍ଷ ୭୭ହଜାର ଜାଲ୍ ନୋଟ୍ ଜବତ, ଜାଲ୍ ନୋଟ୍ କାରବାର ର‌୍ୟାକେଟ୍ ପୋଲିସ ହାତରେ ଧରାପଡ଼ିଲା

ଯାଜପୁର (ଯାଜପୁର ରୋଡ଼) ଯାଜପୁର , ଭୁବନେଶ୍ୱର, କଟକ, ଢେଂକାନାଳ , ଭଦ୍ରକରେ ପ୍ରଭୃତିରେ ଜାଲ୍ ନୋଟ୍ କାରବାର କରୁଥିବା ଏକ ର‌୍ୟାକେଟକୁ ଯାଜପୁର ରୋଡ଼ ପୋଲିସ ଆଜି ଗିରଫ କରିଛି । ସେମାନଙ୍କ ଠାରୁ ଚାରି ଲକ୍ଷ ସତସ୍ତରୀ ହଜାର ଜାଲ୍ ନୋଟ୍ ଜବତ କରିବା ସଂଗେ ଛଅ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ଚନ୍ଦନ ବଳ (ଚନ୍ଦ୍ରମଣି), ଛଚିଣା, ମଂଗଳପୁର ଥାନାର ହୋଇଥିବାବେଳେ ବିପିନ ସେଠୀ, (୨୩) ଦାନଗଦୀ ଯାଜପୁର ରୋଡ଼ ଥାନା, ମନୋଜ ଦାସ (୩୧) ମାନପୁର ଯାଜପୁର ରୋଡ଼, ତାପସ ଜେନା (୨୬) ଦର୍ପକି, ଯାଜପୁର ରୋଡ଼ ଅଜୟ କୁମାର ସାହୁ (୨୪) ଢେଂକାନାଳ ଜିଲାର ଭୁବନ, ମାୟାଧର ପାତ୍ର, (୬୪) ଭୁବନ ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ ଗୋଟେ ପେପର କଟର, ୨ଟି ସ୍କେଲ, ତିନୋଟି ମୋବାଇଲ ଫୋନ, ଦୁଇଟି ମୋଟର ସାଇକେଲ, ପ୍ରଭୃତି ଜବତ କରିଛି । ଯାଜପୁର ରୋଡ଼ ଓ ଦାନଗଦୀ ହାଟରେ ଜାଲ୍ ନୋଟ୍ କାରବାର କରୁଥିବା ସମୟରେ ଯାଜପୁର ରୋଡ଼ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ ବୋଲି ଯାଜପୁର ଏସ ପି ଚରଣ ସିଂ ମୀନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଚନ୍ଦନ ବଳ ମଂଗଳପୁର ଥାନାର ଛଂଚିଣା ଠାରେ ଜାଲ୍ ନୋଟ୍ ପ୍ରସ୍ତୁତ କରି ଚାରିଆଡ଼କୁ ଚାଲାଣ କରୁଥିଲା । ଦାନଗଦୀ ଠାରେ ଏହି ଜାଲ୍ ନୋଟ୍‌କୁ ବଜାରକୁ ଛାଡ଼ିବା ପାଇଁ ଯୋଜନା କରୁଥିବାବେଳେ ପୋଲିସ ହାତରେ ଧରା ପଡ଼ିଥିଲେ । ଚନ୍ଦନ ବଳଂକ ଘରୁ ଲକ୍ଷେ କୋଡ଼ିଏ ହଜାର ଟଂକା ଜାଲ୍ ନୋଟ୍ ଜବତ ହୋଇଛି । ଏହାର ରାକେଟ ସାରା ରାଜ୍ୟ ତଥା ଝାଡ଼ଖଣ୍ଡକୁ ଲମ୍ବିଛି । ଏ ସଂପର୍କରେ ଏସ ପି କୁହନ୍ତି ତଦନ୍ତ ରେ ବାଧା ପଡ଼ିବ ବୋଲି ତାର ବିସ୍ତୁୃତ ବିବରଣୀ ପ୍ରଦାନ କରାଯାଇପାରୁନାହିଁ । ପୂର୍ବରୁ ଚନ୍ଦନ ବଳ କାଳିଆପାଣି ଠାରେ ମଧ୍ୟ ଜାଲ୍ ନୋଟ୍ କାରବାର କରୁଥିବାବେଳେ ଗିରଫ ହୋଇଥିଲେ । ଯାଜପୁର ରୋଡ଼ କେସ୍ ନଂ ୫୬ ଦଫା ୪୮୯ଏ ୪୮୯ବି ୪୮୯ ସି, ୪୮୯ ଡ଼ି, ୪୮୯ ଇ ୩୪ ଆଇପିସିରେ ଗିରଫ କରାଯାଇ ଯାଜପୁର ରୋଡ଼ କୋଟକୁ ପଠାଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଯାଜପୁର ଏସଡ଼ିପିଓ ଯାଜପୁର ରୋଡ଼ ଥାନା ଅଧିକାରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking