28.1 C
Bhubaneswar
Thursday, March 28, 2024
Homeଅପରାଧନକଲି ଶ୍ରମ ଅଧିକାରୀ ଗିରଫ

ନକଲି ଶ୍ରମ ଅଧିକାରୀ ଗିରଫ

ରାଉରକେଲା : କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି । ଆଉ ଏଭଳି ସଙ୍କଟ ସମୟରେ ଗରିବଙ୍କୁ ଲୁଟିବା ପାଇଁ ପଛାଉନାହାନ୍ତି ଶିକ୍ଷିତ ଠକ । ନିଜକୁ ଲେବର ଅଫିସର ପରିଚୟ ଦେଇ ଲେବର କାର୍ଡ କରିବା ଓ ଏହାର ନବୀକରଣ କହି ଟଙ୍କା ଠକିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ । ତାଙ୍କ ନାଁ କୈଳାସ ଚନ୍ଦ୍ର ବାରିକ ।ପୋଲିସ କୈଳାଶଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ 3 ହଜାର  ଟଙ୍କା, ଶ୍ରମିକ କାର୍ଡ, ଆଧାର କାର୍ଡ ବ୍ୟାଙ୍କ ପାସବୁକ ଆଦି ଜବତ କରିଛନ୍ତି ।

ଲକଡାଉନ ଘୋଷଣା

ରାଉରକେଲା : ରାଉରକେଲାରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ କୌଣସି ବି କାର୍ଯ୍ୟରେ କେହି ବି ଘର ବାହାରକୁ ବାହାରିପାରିବେ ନାହିଁ । କେବଳ ସକାଳ 6 ଟାରୁ 11ଟା ପର୍ଯ୍ୟନ୍ତ ଏବଂ ସଂଧ୍ୟା 5 ଟାରୁ 8ଟା ପର୍ଯ୍ୟନ୍ତ ରାସନ ସାମଗ୍ରୀ, ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ । କୌଣସି ଯାନବାହନ ବି ଚଳାଚଳ କରିପାରିବ ନାହିଁ । ଯିଏ ଏହି ସମୟରେ ବାହାରକୁ ବାହାରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି । ସକାଳ 6 ରୁ 11 ଏବଂ ସଂଧ୍ୟା 5 ରୁ 8ଟା ବ୍ୟତୀତ ଅନ୍ୟ ସମୟରେ ସଂପୂର୍ଣ୍ଣ ଲକଡାଉନ ରହିବ ସହର ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking