କଟକ: ନକଲି ଜିନିଷର ଗନ୍ତାଘର ପାଲଟିଛି ରୂପାର ସହର କଟକ । ପୂର୍ବରୁ କଟକରୁ ନକଲି ଘିଅ, ନକଲି ହଳଦୀ ଗୁଣ୍ଡ, ଆଚାର, ବ୍ରେଡ, ମସଲା ଇତ୍ୟାଦି ଅନେକ ଜିନିଷ ଠାବ କରାଯାଇଥିବାବେଳେ ଆଜି କଟକର ଜଗପôୁର ବୀରବଜାରସ୍ଥିତ ଏକ ନକଲି ସିମେଣ୍ଟ କାରାଖାନାକୁ ସିଲ୍ କରିଛି ପୋଲିସ୍ ।
ସୂଚନା ଅନୁସାରେ ଏହି ସିମେଣ୍ଟ କାରାଖାନରେ ମୁଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଗୁଣ୍ଡ କରି ବିଭିନ୍ନ କମ୍ପାନୀର ନକଲି ଅଖାରେ ଭର୍ତ୍ତି କରି, ବଜାରରେ ଉପଯୁକ୍ତ ମୂଲ୍ୟରେ ବିକ୍ରି କରୁଥିଲେ । ଏନେଇ ପୋଲିସ୍ ସୂଚନା ପାଇବା ପରେ ଏହି ସିମେଣ୍ଟ କାରଖାନାକୁ ସିଲ୍ କରିଛି ଓ ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।