26.1 C
Bhubaneswar
Friday, March 29, 2024
Homeଅପରାଧଲୋକସଭା ବାଚସ୍ପତିଙ୍କ ନାଁରେ ଜାଲି ଆକାଉଣ୍ଟ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ଲୋକସଭା ବାଚସ୍ପତିଙ୍କ ନାଁରେ ଜାଲି ଆକାଉଣ୍ଟ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଲୋକସଭା ବାଚସ୍ପତିଙ୍କ ନାଁରେ ଜାଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିବା ସମେତ ବିଭିନ୍ନ ଟେଲିକମ୍ କମ୍ପାନୀର ସିମ୍ କାର୍ଡକୁ ପ୍ରି-ଆକ୍ଟିଭେଟ୍ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଣ ମାମଲାରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତଙ୍କୁ ନୟାଗଡ଼ରୁ ଗିରଫ କରିଛି । ସେ ହେଲେ ନୟାଗଡ଼ ଜିଲା ସଦର ଥାନା ବେଗୁନିଆପାଟଣା ଅଞ୍ଚଳର ଜ୍ଞାନରଞ୍ଜନ ସାହୁ(୨୪) । ଶୁକ୍ରବାର କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୁକ୍ତ ଜ୍ଞାନରଞ୍ଜନଙ୍କୁ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଅଭିଯୁକ୍ତ ଜ୍ଞାନରଞ୍ଜନ ପୂର୍ବରୁ ଏୟାରଟେଲ କମ୍ପାନୀରେ ଷ୍ଟୋର ବଏ ଭାବେ ଚାକିରୀ କରୁଥିଲେ ।

ସେହି ସମୟରେ କିପରି ସିମ୍ ଖୋଲା ଯାଉଥିଲା ସେ କୌଶଳ ଶିଖିଥିଲେ । ସେଠାରେ ଚାକିରୀ ଛାଡ଼ିବା ପରେ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସେ ବିଭିନ୍ନ ଲୋକଙ୍କ ଠାରୁ ଭୋଡ଼ାଫୋନ୍ ସିମ୍ ସଂଗ୍ରହ କରି ଦୁଷ୍ମନ୍ତଙ୍କୁ ବିକ୍ରି କରୁଥିଲେ । ଗୋଟିଏ ସିମ୍ ପ୍ରତି ସେ ୧୪୦ ଟଙ୍କା ନେଉଥିଲେ । ଏପରିକି ସେ ଦୁଷ୍ମନ୍ତଙ୍କୁ ୯ ହଜାର ୬୦୦ରୁ ଅଧିକ ସିମ୍ ବିକ୍ରି କରିଥିବା କ୍ରାଇମବ୍ରା ଜାଣିବାକୁ ପାଇଛି । ରିମାଣ୍ଡ ସମୟରେ ଦୁଷ୍ମନ୍ତଙ୍କୁ ପଚରାଉଚରା ପରେ ଜ୍ଞାନରଞ୍ଜନଙ୍କ ସମ୍ପର୍କରେ ଜଣାପଡ଼ିଥିଲା । ଅନ୍ୟପକ୍ଷେ ମଙ୍ଗଳବାରଠାରୁ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ ଦ୍ୱିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡରେ ଆସିଥିଲେ । ରିମାଣ୍ଡ ସରିବା ପରେ ଶୁକ୍ରବାର ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି ଅନ୍ୟ ସହଯୋଗୀଙ୍କୁ ଧରିବାକୁ କ୍ରାଇମବ୍ରା ଯୋଜନା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking