34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏହି କ୍ରିକେଟର ଅଚାନକ ଟେଷ୍ଟ କ୍ରିକେଟରୁ ନେଲେ ସନ୍ନ୍ୟାସ

ଏହି କ୍ରିକେଟର ଅଚାନକ ଟେଷ୍ଟ କ୍ରିକେଟରୁ ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ଟିମର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ ଆଜି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ସାଉଥ ଆଫ୍ରିକାର ଗଣମାଧ୍ୟମ ଅନୁସାରେ, ଫାଫ୍ ଡୁ ପ୍ଲେସିସ ଚଳିତ ମାସ ଆରମ୍ଭରେ ପାକିସ୍ତାନରେ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୩୬ ବର୍ଷୀୟ ଏହି ଖେଳାଳୀ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଡିଲେଡ ଓବଲରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ଯେଉଁଠି ଦ୍ୱିତୀୟ ପାଳିରେ ୩୭୫ ବଲରେ ୧୧୦ ରନ କରିଥିଲେ । ସାଉଥ ଆଫ୍ରିକା ଦଳ ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରଲିଆକୁ ସାମ୍ନା କରିବାର ଥିଲା । ମାତ୍ର କୋଭିଡ ୧୯ ପାଇଁ ଅନ୍ତିମ ସମୟରେ ଏହାକୁ ସ୍ଥଗିତ କରାଯାଇଛି । ଏହାରି ମଧ୍ୟରେ ନିଜ ଟେଷ୍ଟ କ୍ୟାରିଅରରୁ ଫାଫ୍ ଡୁ ପ୍ଲେସିସ ଅଲବିଦା ନେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking