29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନା' ବଦଳାଇବାକୁ ଯୋଜନା କରୁଛି ‘ଫେସ୍‌ବୁକ୍‌’: ରିପୋର୍ଟ

ନା’ ବଦଳାଇବାକୁ ଯୋଜନା କରୁଛି ‘ଫେସ୍‌ବୁକ୍‌’: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ‘ଫେସ୍‌ବୁକ୍‌’ ତା’ର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା କଥା  ‘ଦି ଭର୍ଜ’ ରିପୋର୍ଟ କରିଛି। ଅକ୍ଟୋବର ୨୮ ତାରିଖ ହେବାକୁ ଥିବା କମ୍ପାନିର ବାର୍ଷିକ ‘କନେକ୍ଟ୍‌’ ସମ୍ମିଳନୀରେ ‘ଫେସ୍‌ବୁକ୍‌’ର ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌ ମାର୍କ ଜୁକରବର୍ଗ ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଯୋଜନା କରୁଛନ୍ତି, କିନ୍ତୁ, ତା’ପୂର୍ବରୁ ମଧ୍ୟ ନାମ ପରିବର୍ତ୍ତନ ହୋଇ ପାରେ ମଧ୍ୟ ଏ ସଂକ୍ରାନ୍ତରେ ପ୍ରତ୍ୟକ୍ଷ ଭାବେ ଜାଣିଥିବା ବ୍ୟକ୍ତିବିଶେଷଙ୍କସୂତ୍ରକୁ ଆଧାର କରି ‘ଦି ଭର୍ଜ’ ରିପୋର୍ଟ କରିଛି। କିନ୍ତୁ, ଏ ବିଷୟରେ ପଚାରାଯିବାରୁ ‘ଫେସ୍‌ବୁକ୍‌’ କହିଲା, ‘ଗୁଜବ କିମ୍ବା କଳ୍ପନାଜଳ୍ପନା’ ବିଷୟରେ ମନ୍ତବ୍ୟ ଦେବ ନାହିଁ। ‘ଫେସ୍‌ବୁକ’ର ବ୍ୟବସାୟ ଧାରା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଅନୁସନ୍ଧାନ ତୀବ୍ରତର ହେଉଥିବା ବେଳେ ଏଭଳି ଖବର ଶୁଣାଯାଉଛି। ‘ଫେସ୍‌ବୁକ୍‌’ ଉପରେ ‘କଂଗ୍ରେସ’ର ରାଗ ବୃଦ୍ଧି ପାଉଥିବା ଦର୍ଶାଇ ଉଭୟ ଦଳର ସାଂସଦମାନେ ତାହାକୁ (ଫେସ୍‌ବୁକ୍‌) ସମାଲୋଚନା କରିଛନ୍ତି। ‘ଇନ୍‌ଷ୍ଟାଗ୍ରାମ୍‌’, ‘ହ୍ଵାଟ୍‌ସ୍‌ଆପ୍‌’, ‘ଓକ୍ୟୁଲସ୍‌’ ଏବଂ ଅନ୍ୟାନ୍ୟ ଗ୍ରୁପ୍‌ ସବୁ ଯେମିତି ମୂଳ କମ୍ପାନିର ତତ୍ତ୍ୱାବଧାନରେ ରହୁଛନ୍ତି, ନାମ ପରିବର୍ତ୍ତନ ହେବା ପରେ ‘ଫେସ୍‌ବୁକ୍‌’ର ସାମାଜିକ ଗଣମାଧ୍ୟମ ଆପ୍‌ ମଧ୍ୟ ସେମିତି ରହିବ ବୋଲି ‘ଦି ଭର୍ଜ’ ରିପୋର୍ଟ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking