ଫେସବୁକରୁ ପ୍ରେମ ବିବାହ ଓ ପ୍ରତାରଣା : ସ୍ତ୍ରୀ ଉଠାଇନେଲା ଯୌତୁକ ସାମଗ୍ରୀ

କଟକ : ଫେସବୁକରୁ ପ୍ରେମକରି ବିବାହ ଓ ପରେ ପ୍ରତାରଣା ଘଟଣାରେ ବାଲେଶ୍ୱର ପୋଲିସ ସହାୟତାରେ ସ୍ୱାମୀଙ୍କ ମର୍କତ ନଗରସ୍ଥିତ ଘରୁ ସ୍ତ୍ରୀ ସମସ୍ତ ଯୌତୁକ ସାମଗ୍ରୀ ଉଠାଇନେଇଥିବା ଜଣାପଡ଼ିଛି ।  କଟକର ମର୍କତ ନଗର ଅଞ୍ଚଳରେ ରହୁଥିବା ମୋହିତ ଶର୍ମା ଗତବର୍ଷ ଫେସବୁକରେ ବାଲେଶ୍ୱର ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ । ପରବର୍ତ୍ତି ଅବସ୍ଥାରେ ଦୁହେଁ ପ୍ରେମ ବିବାହ କରିଥିଲେ । କିନ୍ତୁ  ମୋହିତଙ୍କ ସହ  ସମ୍ପର୍କ ରଖୁନଥିଲେ ସ୍ତ୍ରୀ । ଅପରପକ୍ଷେ ଅଜଣା ବ୍ୟକ୍ତି ମୋହିତଙ୍କୁ ଫୋନରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।

ଗତ ୧୩ରେ ମୋହିତଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ୧୪ରେ ଅଫିସରୁ ଘରକୁ ଆସିବାବେଳେ ଘରେ ତାଲା ପକାଇଦେଇ ଘରୁ ଚାଲିଯାଇଛନ୍ତି । ଏହି ଘଟଣାକୁ ନେଇ ପତ୍ନୀ ଓ ତାଙ୍କ ପରିବାର ଲୋକ ନିର୍ଯାତନା ଦେଉଥିବାନେଇ ମୋହିତ ଗତ ୧୭ ତାରିଖରେ ମର୍କତ ନଗର ଥାନାରେ ଅଭିଯୋଗ କରିଥିଲେ ।  ଅନ୍ୟପଟେ ସ୍ୱାମୀ ମୋହିତଙ୍କ ନାଁରେ ପାଲଟା ଅଭିଯୋଗ ଆଣିଥିଲେ ସ୍ତ୍ରୀ । ସେ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ, ବାହାଘର ପରେ ମୋହିତ ତାଙ୍କୁ ନିର୍ଯାତନା ଦେଉଥିଲେ ।

ମୋହିତ ତାଙ୍କୁ ବାରମ୍ବାର ଟଙ୍କା ମାଗନ୍ତି । ବ୍ୟବସାୟ ପାଇଁ ସେ ୧୫ ଲକ୍ଷ ଟଙ୍କା ମାଗୁଥିଲେ । ସେ ଟଙ୍କା ନ ଦେବାରୁ ତାଙ୍କୁ ମାରିଦେବାର ଧମକ ଦେଇଥିବା ମୋହିତଙ୍କ ନାଁରେ ଅଭିଯୋଗ ଆଣିଥିଲେ ସ୍ତ୍ରୀ । ତେବେ ଗତ ୨୨ ତାରିଖରେ ଦମ୍ପତ୍ତିଙ୍କୁ କଟକ ମହିଳା ଥାନାର ମାଧ୍ୟମ କେନ୍ଦ୍ରରେ କାଉନସେଲିଂ କରାଯାଇଥିଲା । ଏହି ସମୟରେ ଉଭୟ ପରସ୍ପରର ପରିବାର ଉପରେ ଦୋଷ ଲଦିଥିଲେ । ପରସ୍ପର ବିରୋଧରେ ଅଭିଯୋଗ ଆଣିବା ସହ କୌଣସି ସୁଫଳ ନମିଳିବାରୁ  ଅଗଷ୍ଟ ୩ ତାରିଖକୁ ପୁଣି ଦିନ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here