26.1 C
Bhubaneswar
Friday, March 29, 2024
Homeଆଞ୍ଚଳିକ ସମସ୍ୟା୮ନଂ ୱାର୍ଡ଼ରେ ଶଙ୍ଖ-ପଦ୍ମ ମୁହାଁମୁହିଁ

୮ନଂ ୱାର୍ଡ଼ରେ ଶଙ୍ଖ-ପଦ୍ମ ମୁହାଁମୁହିଁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମାଞ୍ଚଳର ୮ଟି ୱାର୍ଡ଼ରେ ଦ୍ୱିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ୱାର୍ଡ଼ନଂ-୨, ୱାର୍ଡ଼ -୧୨, ୱାର୍ଡ଼- ୨୨, ୱାର୍ଡ଼-୩୩, ୱାର୍ଡ଼-୪୩, ୱାର୍ଡ଼-୪୫, ୱାର୍ଡ଼-୪୯ ଏବଂ ୱାର୍ଡ଼ -୬୨ରେ ଶଙ୍ଖ-ପଦ୍ମ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଛି । ୧୨ରୁ ସସ୍ମିତା ସେଠୀ,୨୨ରୁ ଦ୍ରୌପଦୀ ମଣିସିଂ, ୪୫ରୁ ପ୍ରଶାନ୍ତ କୁମାର ନାୟକ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେବା ପରେ ଉକ୍ତ ୱାର୍ଡ଼ରେ ପ୍ରାର୍ଥୀଙ୍କ ସଂଖ୍ୟା ୨କୁ ହ୍ରାସ ପାଇଛି । ୱାର୍ଡ଼-୨ରେ ବିଜେଡ଼ି ପ୍ରାର୍ଥିନୀ ମୋନାଲିସା ବେହେରା ଓ ବିଜେପି ପ୍ରାର୍ଥିନୀ ରୀତୁପୂର୍ଣ୍ଣା ବେହେରା ଆମନାସାମନା ହେବେ । ୱାର୍ଡ଼-୧୨ରେ ବିଜେଡ଼ି ପ୍ରାର୍ଥିନୀ ଜୟନ୍ତୀ ସାହୁ ଓ ବିଜେପି ପ୍ରାର୍ଥିନୀ ପ୍ରଭାତୀ ବେହେରାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ୱାର୍ଡ଼-୨୨ର ବିଜେଡ଼ି ପ୍ରାର୍ଥିନୀ ମଞ୍ଜୁଲତା କହଁର ଓ ବିଜେପି ପ୍ରାର୍ଥିନୀ ସୁମିତ୍ରା ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୱାର୍ଡ଼-୩୩ର ବିଜେଡ଼ି ପ୍ରାର୍ଥିନୀ ସୁଲଗ୍ନା ଜେନା ଓ ବିଜେପି ପ୍ରାର୍ଥିନୀ ଧରିତ୍ରୀ ଜେନା ପ୍ରଚାର ମୈଦାନରେ ସକ୍ରିୟ ହୋଇପଡ଼ିଛନ୍ତି । ୱାର୍ଡ଼ ୪୩ରେ ବିଜେଡ଼ି ପ୍ରାର୍ଥୀ ଭରତ କୁମାର ଲେଙ୍କାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥିନୀ ନିବେଦିତା ପ୍ରଧାନ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି । ତେବେ ୱାର୍ଡ଼ ୪୫ରେ ବିଜେପି ପ୍ରାର୍ଥିନୀ ଜ୍ୟୋତିରେଖା ନାୟକଙ୍କ ବିପକ୍ଷରେ ବିଜେଡ଼ି ପ୍ରାର୍ଥୀ ଅମରେଶ ଜେନା ପାଗ ଭିଡ଼ିଛନ୍ତି । ୱାର୍ଡ଼ ୪୯ରେ ବିଜେପି ପ୍ରାର୍ଥିନୀ ପୁଷ୍ପିତା ସୁନ୍ଦରାୟ ଏବଂ ବିଜେଡ଼ି ପ୍ରାର୍ଥିନୀ ସଂଯୁକ୍ତା ସୁନ୍ଦରାୟ ପ୍ରଚାର ମୈଦାନ ଦମ୍ ଦେଖାଉଛନ୍ତି । ୱାର୍ଡ଼-୬୨ରେ ବିଜେଡ଼ି ପ୍ରାର୍ଥିନୀ ରଶ୍ମିତା ସେଠୀଙ୍କ ବିପକ୍ଷରେ ବିଜେପିର ଚାରୁଳତା ସାମନ୍ତରାୟ ଭୋଟରଙ୍କ ସମର୍ଥନ ସାଉଁଟିବା ପାଇଁ ପ୍ରୟାସ ଚଳାଇଛନ୍ତି ।
ସୂଚନା ଥାଉ କି, ବିଜେପି ଓ ବିଜେଡ଼ି ଦଳରୁ ଏକାଧିକ ଆଶାୟୀ ରହିଥିବାବେଳେ ଦଳୀୟ ନିକଟ ନମିଳିବାରୁ ଶେଷରେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ କଂଗ୍ରେସ ପ୍ରାୟ ୧୯ଟି ୱାର୍ଡ଼ରେ ପ୍ରାର୍ଥୀ ଦେବାରେ ଅସଫଳ ହୋଇଥିଲା । ଅନ୍ୟଜଣେ କଂଗ୍ରେସ ପ୍ରାର୍ଥୀନୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ପରେ ରାଜଧାନୀରତେବେ ଦଳୀୟ ନେତାଙ୍କ କସରତ ପରେ କେତୋଟି ୱାର୍ଡ଼ର ଆଶାୟୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking