କଲମ୍ବୋ : ଘୋର ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ମିଳୁନାହିଁ । ଦେଶର ପ୍ରାୟ ସବୁ ପେଟ୍ରୋଲ ପମ୍ପରୁ ଗ୍ରାହକମାନେ ନିରାଶ ହୋଇ ଫେରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ସରକାର ସମସ୍ତ ସ୍କୁଲକୁ ଆଉ ଏକ ସପ୍ତାହ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସ୍କୁଲଗୁଡିକ ଜୁଲାଇ ୪ରେ ଖୋଲିବ ବୋଲି ଘୋଷଣା କରାଯାଇଥିଲା ।
ତେବେ ସ୍ଥିତି ଅପରିବର୍ତ୍ତିତ ରହିଥିବାରୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ପୁନଶ୍ଚ ବିଜୁଳି ଶକ୍ତିର ଅଭାବ ପରିଲକ୍ଷିତ ହେଉଥିବାରୁ ଶ୍ରୀଲଙ୍କାରେ ଦୈନିକ ୫ରୁ ୬ ଘଣ୍ଟା ପାୱାରକଟ୍ କରାଯାଉଛି । ରୁଷ୍ ଓ ମାଲେସିଅରୁ ତେଲ ଆମଦାନୀ କରି ବିଦ୍ୟୁତ୍ ଓ ଇନ୍ଧନ ସଙ୍କଟ ଦୂର କରିବାକୁ ଶ୍ରୀଲଙ୍କା ସରକାର ଚିନ୍ତା କରୁଛନ୍ତି ।