27.8 C
Bhubaneswar
Wednesday, April 17, 2024
Homeବ୍ରେକୀଙ୍ଗଭାରତରେ ୧୩ ଲକ୍ଷ ସବସ୍କ୍ରାଇବର ଅତିକ୍ରମ କଲା ଏକ୍ସଟ୍ରା ମାରିଟାଲ ଆପ୍ ଗ୍ଲିଡେନ

ଭାରତରେ ୧୩ ଲକ୍ଷ ସବସ୍କ୍ରାଇବର ଅତିକ୍ରମ କଲା ଏକ୍ସଟ୍ରା ମାରିଟାଲ ଆପ୍ ଗ୍ଲିଡେନ

ନୂଆଦିଲ୍ଲୀ: କୋଭିଡ ପିରିୟଡ ସମୟରେ ଏକ୍ସଟ୍ରା ମାରିଟାଲ ଆପ୍ ଗ୍ଲିଡେନ ଭାରତରେ ୧୩ ଲକ୍ଷ ସବସ୍କ୍ରାଇବର ଅତିକ୍ରମ କରିଛି । ଗତ ତିନି ମାସ ମଧ୍ୟରେ ଏହାର ବ୍ୟବହାରକାରୀ ଆକାଶଛୁଆଁ ହୋଇଛନ୍ତି । ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ଭାରତରୁ ଏହାର ବ୍ୟବହାରକାରୀ ଜୁନ, ଜୁଲାଇ ଓ ଅଗଷ୍ଟ ତୁଳନାରେ ୨୪୬ ପ୍ରତିଶତ ବୃଦ୍ଧି ପାଇଛି । ଗତ ୪ ମାସ ମଧ୍ୟରେ ଏହାର ୩ ଲକ୍ଷ ସବସ୍କ୍ରାଇବର ହୋଇଥିବା କମ୍ପାନୀ କହିଛି । ଆଉ ଗତ ଦୁଇ ମାସ ମଧ୍ୟରେ ୨.୫ ଲକ୍ଷ ଉପଭୋକ୍ତା ଏହାସହ ଯୋଡି ହୋଇଛନ୍ତି । ସମୁଦାୟ ଉପରେ ୨୦୧୯ ଠାରୁ ଏହି ୱେବ ସାଇଟରେ ବିତାଇଥିବା ସମୟ ତିନିଗୁଣ ହୋଇଛି । ଲକଡାଉନ ପ୍ରତିବନ୍ଧକ ହଟାଯିବା ପରେ ମଧ୍ୟ ଲୋକମାନେ ରିଅଲ ଲାଇଫ ମିଟିଂ ତୁଳନାରେ ଭର୍ଚୁଆଲ ଡେଟିଂ ସହିତ ନିଜକୁ ନିରାପଦ ମନେ କରୁଥିଲେ । କାରଣ ଯେହେତୁ ଭାଇରସ ଏବେ ବି ରହିଛି । ଏକ୍ସଟ୍ରା ମାରିଟାଲ ଡେଟିଂ ପ୍ଲାଟଫର୍ମକୁ ଦେଶବ୍ୟାପୀ ଗ୍ରହଣ କରାଯାଉଥିବା ଦେଖି ଆମେ ଅତ୍ୟନ୍ତ ଖୁସି ବୋଲି ଗ୍ଲିଡେନର କଣ୍ଟ୍ରି ମ୍ୟାନେଜର ସିବିଲ ସିଡେଲ କହିଛନ୍ତି । ଏହି ପ୍ଲାଟଫର୍ମଟି ବେଙ୍ଗାଲୁରୁ ସହିତ ଟାୟାର୧ ସହରରେ ମଧ୍ୟ ବ୍ୟାପକ ସ୍ଥାନ ହାସଲ କରିଛି । ଯେଉଁଥିରେ ଭାରତର ମୋଟ ଗ୍ଲିଡେନ ସଂପ୍ରଦାୟର ୧୬.୨ ପ୍ରତିଶତ ସହିତ ପ୍ରଥମ ସ୍ଥାନ ଅଧିକାର କରିଛି ଏବଂ ମାର୍ଚ୍ଚ ୨୦୨୦ ଠାରୁ ନୂଚନ ଉପଭୋକ୍ତା ଅଧିଗ୍ରହଣ କ୍ଷେତ୍ରରେ ୧୭ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ପ୍ରଦର୍ଶନ କରିଛି । ସେହିଭଳି ମୁମ୍ବାଇରେ ଗ୍ଲିଡେନ ବ୍ୟବହାରକାରୀଙ୍କ ୧୫.୬ ପ୍ରତିଶତ ଏବଂ ଅଭିବୃଦ୍ଧି ହାର ୧୪ ପ୍ରତିଶତରୁ ଅଧିକ ରହିଛି । ଭାରତୀୟ ବ୍ୟବହାରକାରୀଙ୍କ ୧୫.୪ ପ୍ରତିଶତ ଏବଂ ୨୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ସହିତ ଦିଲ୍ଲୀ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଗ୍ଲିଡେନ ଏହା ମଧ୍ୟ କହିଛି ଯେ, ଭାରତୀୟମାନେ ୟୁରୋପୀୟମାନଙ୍କ ତୁଳନାରେ ଟିକେ ଅଧିକ ସମୟ ଚାଟରେ ରୁହନ୍ତି । ଦିନକୁ ହାରାହାରି ୩.୫ ଘଣ୍ଟା । ଶେଷ ସପ୍ତାହରେ କପୁଲ ଅନଗେଜମେଣ୍ଟ ସବୁଠୁ ଉପରେ ରହିଛି । ପିକ ଆୱାର ଯଦିଓ ସ୍ଥିର ରହିଥାଏ ସପ୍ତାହ ସାରା । ଲକ ଡାଉନ ଆରମ୍ଭରୁ ପୁରୁଷ ବ୍ୟବହାରକାରୀ ଏହି ପ୍ଲାଟଫର୍ମରେ ଅଧିକ ଖର୍ଚ୍ଚ କରୁଛନ୍ତି । କାରଣ ଖର୍ଚ୍ଚରେ ୪୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking