26.1 C
Bhubaneswar
Monday, September 25, 2023
Homeଓଡିଶାରଥଯାତ୍ରା ଲାଗି ହୋଇଛି ବ୍ୟାପକ ବ୍ୟବସ୍ଥା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରଥଯାତ୍ରା ଲାଗି ହୋଇଛି ବ୍ୟାପକ ବ୍ୟବସ୍ଥା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ ହୋଇଥିବା ବେଳେ ବର୍ତ୍ତମାନ ଏହା ପୁଣି ଚିନ୍ତା ବଢ଼ାଇଲାଣି । ତେବେ ଆଗକୁ ଘୋଷଯାତ୍ରା ଥିବାରୁ ଏହା ବେଶ ଚିନ୍ତାର କାରଣ ପାଲଟିଛି । ତେବେ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରୋଗେସ୍ ଅଛି । ପୂର୍ବରୁ ଦୈନିକ ସଂକ୍ରମଣ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଥିଲା । ମାତ୍ର ଏବେ ସେହି ସଂଖ୍ୟା ଶହେ ପାର କରିଛି । ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ନିବେଦନ କରାଯାଉଛି ଭିଡ଼କୁ ଯାଆନ୍ତୁ ନାହିଁ, ସବୁବେଳେ ମାସ୍କ ପରିଧାନ କରନ୍ତୁ, ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି । ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଯଦି ଏହା ପରେ ହସ୍ପିଟାଲାଇଜେସନ ବଢ଼େ ପୂର୍ବ ଭଳି ବ୍ୟବସ୍ଥା କରାଯିବ । ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ । ପିକ୍‌ରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ । ସେହିପରି ରଥଯାତ୍ରା ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ୬୯ଟି ଫାଷ୍ଟଏଡ୍ ସେଣ୍ଟର ଖୋଲାଯାଇଛି । ସେଠାରେ ୫୮ଟି ଆମ୍ବୁଲାନ୍ସ ସର୍ଭିସ, ୧୧୪ଟି ଷ୍ଟ୍ରେଚର ସର୍ଭିସ,୧୪୫ ଜଣ ଡାକ୍ତର, ୭ ଫୁଡ ସେଫଟି ଅଫିସର, ୪୦ ଜଣ ଫାର୍ମାସିଷ୍ଟ, ୩୦ ଜଣ ନର୍ସିଂ ଅଫିସର, ୪୫ ହେଲଥ ଅଫିସର, ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ ବେଡ, ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ ୨୬ଟି ଏସି ବେଡର ବ୍ୟବସ୍ଥା ହୋଇଛି । ପୁରୀ ହସ୍ପିଟାଲରେ ୨୦୦ ୟୁନିଟ ଲେଖାଏଁ ଭିନ୍ନ ଭିନ୍ନ ଗ୍ରୁପର ବ୍ଲଡ ବ୍ୟାଙ୍କ ପ୍ରସ୍ତୁତ ହୋଇଛି । ଏହା ସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ସହ କୌଣସି ପରିସ୍ଥିତିରେ ଯେପରି ଅବ୍ୟବସ୍ଥା ନଉପୁଜେ ସେଥିଲାଗି ସମସ୍ତ ଅଧିକାରୀ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking