40.1 C
Bhubaneswar
Thursday, April 25, 2024
Homeକରୋନାୟୁରୋପ, ଆମେରିକାରେ ବିସ୍ଫୋରକ ସ୍ଥିତି

ୟୁରୋପ, ଆମେରିକାରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ : ବିଶ୍ୱବ୍ୟାପୀ କରୋନା ଭାଇରସ୍ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅଦ୍ୟାବଧି ମୋଟ ୩୯,୫୭୫ ଜଣ ଏହି ରୋଗରେ ପଡ଼ି ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮୧୦,୧୨୫ରେ ପହଞ୍ଚିଛି। ତେବେ ବିଶ୍ୱରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୭୨, ୫୩୧ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଚାଇନା ପରେ ଏବେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକରେ ଏହି ଭୂତାଣୁ ଆତଙ୍କ ସୃଷ୍ଟି କରିଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୬, ୨୧୪ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ୩,୧୯୨ରେ ପହଞ୍ଚିଛି। ବିଶ୍ୱର ସବୁଠାରୁ କରୋନା ଆକ୍ରାନ୍ତ ଆମେରିକାରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଇଟାଲୀ। ଏହି ଦେଶରେ କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୧୧,୫୯୧ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧,୭୩୯କୁ ବୃଦ୍ଧିପାଇଛି। ସେହିଭଳି ସ୍ପେନ୍‌ରେ ୮,୨୬୯ ଲୋକ ଏହି ରୋଗରେ ମୃତ୍ୟୁବରଣ କଲେଣି।
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଏଠି ୯୫ ହଜାର ପାଖାପାଖି ହେଲାଣି। ଅନ୍ୟ ୟୁରୋପୀୟ ଦେଶ ବ୍ରିଟେନରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୫,୧୫୦ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୧,୭୯୦ ଛୁଇଁଛି। ଜର୍ମାନରେ ୬୮୨ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୬୮,୧୮୦ ହୋଇଛି। ଆମେରିକା ଓ ୟୁରୋପରେ ସ୍ଥିତି ଗମ୍ଭୀର ରହିଥିବା ବେଳେ ଇରାନରେ କୋଭିଡ୍‌-୧୯ ନେଲାଣି ୨୮୯୮ ଜୀବନ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪୪,୬୦୫ରେ ପହଞ୍ଚିଛି। ସ୍ବିଜରଲାଣ୍ଡରେ ୩୯୫ ପ୍ରାଣହାନି ଘଟିଥିବା ବେଳେ ୧୬,୧୮୬ ଆକ୍ରାନ୍ତ ଅଛନ୍ତି। ନେଦରଲାଣ୍ଡରେ ମୃତ୍ୟୁସଂଖ୍ୟା ୧,୦୩୯ ରହିଥିବା ଜଣାପଡ଼ିଛି। ଅନ୍ୟ ଦେଶ ମଧ୍ୟରେ ବେଲଜିୟମରେ ୭୦୫, ତୁର୍କୀରେ ୧୬୮, ଦକ୍ଷିଣ କୋରିଆରେ ୧୬୨, ଇଣ୍ଡୋନେସିଆରେ ୧୩୬, ଅଷ୍ଟ୍ରିୟାରେ ୧୨୮, ପର୍ତ୍ତୃଗାଲରେ ୧୬୦, ବ୍ରାଜିଲରେ ୧୬୭, ସ୍ବୀଡେନରେ ୧୮୦, ଡେନ୍‌ମାର୍କରେ ୯୦, ରୋମାନିଆରେ ୭୮, ଫିଲିପାଇନ୍ସରେ ୮୮ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking