40.1 C
Bhubaneswar
Thursday, April 25, 2024
Homeଓଡିଶାବିସ୍ପୋରଣରେ ଉଡ଼ିଲା ବଳଙ୍ଗା ଥାନା

ବିସ୍ପୋରଣରେ ଉଡ଼ିଲା ବଳଙ୍ଗା ଥାନା

ପୁରୀ : ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣରେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡିଛି । ତୀବ୍ର ବିସ୍ଫୋରଣ ଖଣ୍ଡମଣ୍ଡଳ ଥରିଉଠିବା ସହିତ ଥାନାର ଆସବାପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଛି । ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ୟୁଟିରେ ଥିବା ଥାନା କର୍ମଚାରୀ । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତଳେ ଚାପି ହୋଇ ରହିଛି । ବିସ୍ଫୋରଣରେ ଧରାଶାୟୀ ହୋଇପଡିଛି ବଳଙ୍ଗା ଥାନା । ତେବେ ଜବତ ହୋଇଥିବା ବାଣ ଓ ବୋମା ଫୁଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁରୀ ଏସପି ଓ ପିପିଲି ଏସଡିପିଓ ତଦାରଖ କରୁଛନ୍ତି । ତଦନ୍ତ ପରେ ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking